୨୫ ବର୍ଷରେ ଇତିହାସ ରଚିଲା ଟିମ ଇଣ୍ଡିଆ । ଡର୍ବାନରେ ପ୍ରଥମ ଥର ମାତ ଖାଇଲା ଦକ୍ଷିଣ ଆଫ୍ରିକା । ୬ ଉଇକେଟରେ ପ୍ରଥମ ଦିନିକିଆ ଜିତିଲା ଭାରତ ।

1

କନକ ବ୍ୟୁରୋ : ଇତିହାସ ରଚିଛି ବିରାଟ ବାହିନୀ । ୨୫ ବର୍ଷରେ ପ୍ରଥମ ଥର ପାଇଁ ଡର୍ବାନର କିଙ୍ଗସମେଡ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହ ଆଇସିସି ଦିନିକିଆ ତାଲିକାରେ ନମ୍ବର ୱାନ ହୋଇଛି ଭାରତ । ଡର୍ବାନରେ ଦମଦାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ସମର୍ଥକଙ୍କୁ ଚକିତ କରିଛି ଟିମ ଇଣ୍ଡିଆ ।

ବିରାଟ ବାହିନୀ ପ୍ରଥମ ମ୍ୟାଚକୁ ୬ ଉଇକେଟରେ କବଜା କରିବା ସହ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁ-ପ୍ଲେସିସଙ୍କ ଚମକ୍ରାର ଶତକୀୟ ପାଳି ସହାୟତାରେ ୮ ଉଇକେଟ ହରାଇ ୨୬୯ ରନ କରିଥିଲା । ଡୁ ପ୍ଲେସିସ ମାତ୍ର ୧୧୨ ବଲରେ ୧୨୦ ରନ କରିଥିଲେ ।

ଫଳରେ ଭାରତ ଆଗରେ ୨୭୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ସାଉଥଆଫ୍ରିକା । ଜବାବରେ ଟିମ ଇଣ୍ଡିଆ ୪୫ ଓଭର ୩ ବଲରେ ୨୭୦ ରନ ଟାର୍ଗେଟକୁ ପୂରଣ କରିନେଇଥିଲା । ଶିଖର ଧାବନଙ୍କ ୩୫ ରନ, ଅଜିଙ୍କ୍ୟେ ରାହାଣେଙ୍କ ଧୁଆଁଧାର ୭୯ ରନ ସହ ଅଧିନାୟକ ବିରାଟ କୋହଲିଙ୍କ ଶତକ ଏହି ବିଜୟକୁ ସହଜ କରିଦଦେଇଥିଲା । ଶେଷରେ ପୁଣି ଥରେ ଧୋନିଙ୍କ ବ୍ୟାଟରୁ ଆସିଥିଲା ବିଜୟ ଚୌକା ।

ଡର୍ବାନ ଦିନିକିଆରେ ନିଜ କ୍ୟାରିଅରର ୩୩ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ମୋଟ ୧୧୯ ବଲ୍ ଖେଲି ୧୦ ଚୌକା ସହାୟତାରେ ସେ ୧୧୨ ରନ କରି ଟିମ ଇଣ୍ଡିଆକୁ ବିଜୟର ଦ୍ୱାରଦେଶରେ ପହଂଚାଇଥିଲେ ।

Comments are closed.