ମ୍ୟାକ୍ସୱେଲଙ୍କ ଜବରଦସ୍ତ ଶତକ ! ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ୭ ୱିକେଟରେ ହାରିଲା ଟିମ୍ ଇଣ୍ଡିଆ, ୧୧ ବର୍ଷ ପରେ ଭାରତ ବିପକ୍ଷରେ ସିରିଜ ଜିତିଲା ଅଷ୍ଟ୍ରେଲିଆ ।

133

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବଦଲା ଭାରତରେ ନେଲା କଙ୍ଗାରୁ ଦଳ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତକୁ ୭ ଓି୍ୱକେଟରେ ମାତ୍ ଦେଲା ଅଷ୍ଟ୍ରେଲିଆ । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଦମଦାର ଶତକ ପାଇଁ ୨-୦ରେ ସିରିଜ ହାତେଇଛି କଙ୍ଗାରୁ ଦଳ । ବାଙ୍ଗାଲୋର ଏମ୍.ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ଅପରାଜିତ ଅର୍ଦ୍ଧଶତକ (୭୨ ରନ୍‌, ୩୮ ବଲ୍‌, ୨ ଚୌକା ଓ ୬ ଛକା) ଏବଂ ଲୋକେଶ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ କରିଥିଲା ଟିମ୍‌ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪୦ ରନ୍‌ ଓ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୮ ରନ୍‌ ଯୋଡ଼ିଥିଲେ। ।

୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ଦ୍ରୁତ ରନ୍ ସଂଗ୍ରହ କରିଥିଲା । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଜବରଦସ୍ତ ଶତକୀୟ ପାଳି ବଳରେ ଶେଷ ଓଭରରେ ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହ ଦୀର୍ଘ ୧୧ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ସିରିଜ୍ ଜିତିବାରେ ସମର୍ଥ ହୋଇଛି । ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ଶତକ (୧୧୩ ରନ୍‌, ୫୫ ବଲ, ୭ ଚୌକା ଓ ୯ ଛକା) ବଳରେ ଅଷ୍ଟ୍ରେଲିଆ ବୁଧବାର ବେଙ୍ଗାଲୁରୁ ଟି-୨୦କୁ ୭ ଓ୍ଵିକେଟରେ ଜିତି ଇତିହାସ ରଚିଛି ।ଅଷ୍ଟ୍ରେଲିଆ ୧୯୧ ରନ୍‌ ଟାର୍ଗେଟ ନେଇ ୧୯.୪ ଓଭରରେ ଲକ୍ଷ୍ୟ ପୂରା କରିଛି । ପେଟର ହ୍ୟାଣ୍ଡସ୍କମ (ଅପରାଜିତ ୨୦ ରନ) ମ୍ୟାକ୍ସୱେଲଙ୍କ ସହିତ ୯୯ ରନ୍‌ର ଭାଗିଦାରୀ ହୋଇଥିଲେ ।