ନିରାଶ କଲା ଭାରତୀୟ ପୁରୁଷ ହକି ଦଳ । ରୋମାଞ୍ଚକର ସେମିଫାଇନାଲରେ ଭାରତକୁ ହରାଇଲା ମାଲେସିଆ ।

28

ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ଏସୀୟ କ୍ରୀଡା ପୁରୁଷ ହକିର ପ୍ରଥମ ସେମିଫାଇନାଲ ମ୍ୟାଚରେ ମାଲେସିଆ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ଗତ ଥରର ଚାମ୍ପିୟନ ଭାରତ ପାଇଁ ଫାଇନାଲ ଖେଳିବାର ଆଶା ସମାପ୍ତ ହୋଇଯାଇଛି । ଏହି ମ୍ୟାଚଟି ବେଶ ରୋମାଞ୍ଚ ଭରା ହୋଇଥିଲା ଓ ସ୍ୱାଭାବିକ ସମୟ ଶେଷ ହେବା ପର୍ୟ୍ୟନ୍ତ ଉଭୟ ଦେଶ ୨-୨ ରେ ରହିଥିଲେ । ଏହା ପରେ ସୁଟ୍ ଆଉଟରେ ମାଲେସିଆ ଭାରତକୁ ୭-୬ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ମାଲେସିଆ ପାକିସ୍ତାନ ଓ ଦକ୍ଷିଣ କୋରିଆ ମଧ୍ୟରେ ହେବାକୁ ଥିବା ୨ୟ ସେମିଫାଇନାଲ ମ୍ୟାଚର ବିଜେତାକୁ ଭେଟିବ ।

ଗ୍ରୁପ ପର୍ଯ୍ୟାୟରେ ଗତ ଥରର ବିଜେତା ଭାରତ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରି ଅପରାଜିତ ଦଳଭାବେ ସେମିରେ ପ୍ରବେଶ କରିଥିଲା । ପ୍ରଥମ ଲିଗ ମ୍ୟାଚରେ ଭାରତ ଇଣ୍ଡୋନେସିଆକୁ ୧୭-୦ ଗୋଲରେ ଜିତିଥିଲା । ୨ୟ ଲିଗମ୍ୟାଚରେ ଭାରତ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରି ବିଶ୍ୱ ରେକର୍ଡ କରିଥିଲା । ସେହିପରି ୩ୟ ମ୍ୟାଚରେ ଭାରତ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଥିଲା । ୪ର୍ଥ ମ୍ୟାଚରେ ଭାରତ ଦକ୍ଷିଣ କୋରିଆକୁ ୫-୩ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା । କିନ୍ତୁ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ନିରାଶ ହୋଇଛି ।