ଅଧିନାୟକ ଇଟାଲିରେ, ଟିମ ଆଇସିୟୁରେ ! ଧର୍ମଶାଳାରେ ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ ।

39

ଧର୍ମଶାଳାରେ ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ମାତ୍ର ୩୫ଓଭରରେ ଅଲଆଉଟ ହେଲା ଟିମ ଇଣ୍ଡିଆ । ଶ୍ରୀଲଙ୍କାର ଶାଣିତ ବୋଲିଂ ଆଗରେ ହାର ମାନିଲେ ଭାରତୀୟ ବ୍ୟାଟସମ୍ୟାନ । ରୋହିତ, ଶିଖର, ଆୟାର କିମ୍ବା ପାଣ୍ଡ୍ୟା କ୍ରିଜରେ ଜମି ପାରିଲେ ନାହିଁ । ଲାଗୁଥିଲା ଏହା ଏକ ଆନ୍ତର୍ଜାତିକ ମ୍ୟାଚ ନୁହେଁ ବରଂ ଏକ କ୍ଳବ ସ୍ତରୀୟ ମ୍ୟାଚ । ଭାଗ୍ୟକୁ ଧୋନୀ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଦଳର ସ୍କୋରକୁ ୧୦୦ ରନ ପାର କରାଇବାରେ ସାହାଯ୍ୟ କରିଥିଲେ । ଭାରତର ୮ ଜଣ ଖେଳାଳି ଦୁଇଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ । ଯାହାଫଳରେ ୧୧୨ ରନରେ ଅଲଆଉଟ ହେଲା ମେନ ଇନ ବ୍ଲୁ । ଲାଗୁଥିଲା ସିହଂଳୀ ବୋଲରଙ୍କ ନିକଟରେ ପୂରା ପୂରି ଭାବେ ଆତ୍ମସର୍ମପଣ କରିଦେଇଥିଲା ଭାରତୀୟ ଟିମ ।

virusha-story_647_120817114535୧୧୩ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ସିଂହଳୀ ଟିମ । ଆଉ ମାତ୍ର ୨୦ ଓଭରରେ ୩ ୱିକେଟ ହରାଇ ସହଜରେ ବିଜୟ ହାସଲ କରିଥିଲା ଶ୍ରୀଲଙ୍କା । ଯେଉଁ ପିଚରେ ଭାରତର ବ୍ୟାଟସମ୍ୟାନ ଶ୍ରୀଲଙ୍କା ବୋଲରକୁ ବୁଝିପାରୁନଥିଲେ ସେହି ପିଚରେ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ ଶ୍ରୀଲଙ୍କା ବ୍ୟାଟସମ୍ୟାନ । ଶ୍ରୀଲଙ୍କା ଏହି ମ୍ୟାଚରେ ବିଜୟ ହେବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଏହି ମ୍ୟାଚରେ ଭାରତ ପରାସ୍ତ ହେବା ପରେ କ୍ୟାପଟେନ କୋହଲିଙ୍କୁ ଖୋଜୁଛନ୍ତି କ୍ରିକେଟପ୍ରେମୀ ।

କୋହଲି କିଛି ମ୍ୟାଚରୁ ବିଶ୍ରାମ ନେଇ ଏବେ ନିଜ ବାନ୍ଧବୀ ଓ ପରିବାରବର୍ଗଙ୍କ ସହ ଇଟାଲୀରେ । ଚଳିତ ମାସ ଶେଷ ଆଡକୁ ଇଟାଲୀରେ କୋହଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଟାଲୀରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ କ୍ୟାପଟେନ କୋହଲିଙ୍କ ନେତୃତ୍ୱରେ ବିଜୟୀ ହୋଇ ଆସୁଥିବା ଭାରତୀୟ ଦଳ ଶ୍ରୀଲଙ୍କା ଠାରୁ ପରାସ୍ତ ହେବା ପରେ କୋହଲିଙ୍କୁ ପୁଣିଥରେ ମନେପକାଇଛନ୍ତି କ୍ରିକେଟପ୍ରେମୀ ।