ଫେସବୁକ୍ ବ୍ୟବହାରରେ ଭାରତ ନମ୍ବର ୱାନ୍ ! ପଛରେ ପଡିଗଲା ଆମେରିକା

49

ମିଡିଆ ରିପୋର୍ଟ ଅନୁସାରେ ଭାରତରେ ଫେସବୁକ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୪ କୋଟିରୁ ଅଧିକ ହୋଇଗଲାଣି ଏବଂ ଏହା ସହ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତୀୟଙ୍କ ସଂଖ୍ୟା ଅନ୍ୟ ଦେଶର ଲୋକଙ୍କ ତୁଳନାରେ ମଧ୍ୟ ଅଧିକ । ଫେସବୁକ୍ ଅନୁସାରେ ଜୁଲାଇ ୧୩ ପର୍ଯ୍ୟନ୍ତ ଫେସବୁକକୁ ଆସିବାରେ ସମ୍ଭାବିତ ଲୋକଙ୍କ ମଧ୍ୟରେ ୨୪.୧ କୋଟି ଭାରତରୁ ଅଟନ୍ତି ଏବଂ ଆମେରିକାରେ ୨୪.୦ କୋଟି ଲୋକ ଏହି ପ୍ଲାଟଫର୍ମକୁ ବ୍ୟବହାର କରିଥାନ୍ତି । କିଛିଦିନ ପୂର୍ବରୁ ଫେସବୁକ୍ ଘୋଷଣା କରିଥିଲା ଯେ ପୂରା ବିଶ୍ୱରେ ୧ ଅରବ ଲୋକ ଫେସବୁକ୍ ର ବ୍ୟବହାର କରୁଛନ୍ତି । ‘ଦ ନେକ୍ସଟ୍ ୱେବ୍’ ର ଅନୁସାରେ , ୨୦୧୭ମସିହାର ଆରମ୍ଭରୁ ଭାରତ ଓ ଆମେରିକାରେ ଫେସବୁକ ବ୍ୟବହାରକାରୀ ବଢିଛନ୍ତି । କିନ୍ତୁ ହିସାବ ଅନୁସାରେ ଆମେରିକା ତୁଳନାରେ ଭାରତର ୟୁଜର୍ସଙ୍କ ସଂଖ୍ୟା ଖୁବ୍ ଅଧିକ ।

ଗତ ୬ ମାସ ଭିତରେ ଭାରତରେ ଫେସବୁକ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୭ ପ୍ରତିଶତ ବଢିଛି । ଯେତେବେଳେ ଆମେରିକାରେ ମାତ୍ର ୧୨ପ୍ରତିଶତ ବଢିଛି । ଭାରତରେ ଏତେ ମାତ୍ରାରେ ୟୁଜର୍ସ ଥିବାବେଳେ ମଧ୍ୟ କିଛି ଅଂଚଳରେ ଫେସବୁକ୍ ପହଁଚି ପାରିନି । ବିଗତ ଏକ ମାସର ଆକଳନକୁ ଦେଖିଲେ ଜଣାପଡେ ଭାରତରେ ମାତ୍ର ୧୯ ପ୍ରତିଶତ ଲୋକ ଫେସବୁକକୁ ଆସୁଛନ୍ତି । ଆମେରିକା ତୁଳନାରେ ଏହି ମାମଲାରେ ଭାରତର ବହୁତ ପଛରେ । ଯେଉଁଠି ୭୩ପ୍ରତିଶତ ଲୋକ ଫେସବୁକକୁ ଆସିଥାନ୍ତି । ପୂରା ବିଶ୍ୱରେ ପାଖାପାଖି ୪୨ ପ୍ରତିଶତ ଲୋକ ଫେସବୁକ୍ ର ବ୍ୟବହାର କରିଥାନ୍ତି ।

ଫେସବୁକକୁ ନେଇ ଏହି ଆକଳନରେ ମହିଳା ବା ପୁରୁଷଙ୍କ ବିଷୟରେ କିଛି କୁହାଯାଇନାହିଁ । ଫେସବୁକ୍ ଅନୁସାରେ ଏବେ ବି ଭାରତରେ ଆକ୍ଟିଭ୍ ପ୍ରୋଫାଇଲ୍ସ ମଧ୍ୟରେ ୪ଭାଗରୁ ୩ଭାଗ ପୁରୁଷ ଅଟନ୍ତି । ଆମେରିକାରେ ଫେସବୁକ୍ ମାମଲାରେ ଅଲଗା ଅଟେ । ଏହା ଏହି ପ୍ଲାଟଫର୍ମକୁ ଆସୁଥିବା ୫୪ପ୍ରତିଶତ ଆକ୍ଟିଭ୍ ୟୁଜର୍ସ ହେଲେ ମହିଳା । କିନ୍ତୁ ଭାରତରେ ଫେସବୁକରେ ଆକ୍ଟିଭ ୟୁଜର୍ସଙ୍କ ମଧ୍ୟରେ ଅଧିକ ଯୁବକ ଥାନ୍ତି ଏବଂ ଏହା ୨୫ ବର୍ଷରୁ କମ୍ ବୟସର ।  ( ସୌଜନ- ଟାଇମ୍ସ ଅଫ୍ ଇଣ୍ଡିଆ)