ଆସିଲା ଭୋକିଲା ଦେଶର ତାଲିକା: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ ୧୦୨; ୫ ବର୍ଷରେ ୮ ସ୍ଥାନର ଉନ୍ନତି

ରିପୋର୍ଟ କହିଲା, ଏବେ ବି ଭୋକିଲା ମୁକ୍ତ ବିଶ୍ୱ ବହୁଦୂର

521

କନକ ବ୍ୟୁରୋ: ଆସିଲା ବିଶ୍ୱ ଭୋକିଲା ସୂଚନାଙ୍କ । ଭାରତର ମାନ୍ୟତାରେ ଉନ୍ନତି । ୧୧୭ଟି ଦେଶ ମଧ୍ୟରେ ଭାରତ ଭୋକିଲା ଦେଶ ତାଲିକାର ୧୦୨ ନମ୍ବର ସ୍ଥାନରେ ରହିଛି । ପୂର୍ବରୁ ୯୩ ସ୍ଥାନରେ ଥିବା ଭାରତ ୯ଟି ସ୍ଥାନ ତଳକୁ ଖସିଛି । ଦକ୍ଷିଣ ଏସୀୟ ଦେଶ ମଧ୍ୟରେ ଏହା ସବୁଠାରୁ କମ୍ । ଏହି ଅଂଚଳର ଅନ୍ୟ ସମସ୍ତ ଦେଶ ତାଲିକାର ୬୬ରୁ ୯୪ ମଧ୍ୟରେ ରହିଛନ୍ତି । ତେବେ ଭୋକିଲା ହଟାଇବାରେ ଭାରତ କ୍ରମାଗତ ଉନ୍ନତି କରୁଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରୁ ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ୨୦୧୫ରେ ଭାରତର ସ୍ଥାନ ୯୩ରେ ଥିବା ବେଳେ ୨୦୧୬ରେ ଏଥିରେ ଉନ୍ନତି ଆସି ୯୭ରେ ପହଂଚିଥିଲା । ସେହିପରି ୨୦୧୭ରେ ୧୦୦ ଓ ୨୦୧୮ରେ ୧୦୩ରେ ରହିଥିଲା ଭାରତ । ଚଳିତ ବର୍ଷ ଏଥିରେ ଉନ୍ନତି ଆସି ୧୦୨ ହୋଇଛି । ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କେବଳ ପାକିସ୍ତାନ ହିଁ ଏକମାତ୍ର ଦେଶ ଯିଏ ଭାରତର ତଳକୁ ରହିଛି । ଭୋକିଲା ଦେଶ ତାଲିକାର ୯୪ ନମ୍ବର ସ୍ଥାନରେ ରହିଛି ପାକିସ୍ତାନ ।

ଅନ୍ୟପଟେ ନେପାଲ ଓ ବାଂଲାଦେଶର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରାଯାଇଛି ରିପୋର୍ଟରେ । ଜଳବାୟୁ ପରିବର୍ତନ ମଣିଷର ସାଧାରଣ ଜୀବନକୁ ବେଶ୍ ପ୍ରଭାବିତ କରୁଛି ଏବଂ ଏହା ମଧ୍ୟ ଭୋକିଲାଙ୍କ ସଂଖ୍ୟା ବଢାଇବାର ମୁଖ୍ୟ କାରଣ ସାଜୁଛି ବୋଲି ରିପୋର୍ଟରେ ସତର୍କ କରାଯାଇଛି । ୨୦୦୦ ମସିହାରୁ ଦେଖି ଆସିଲେ ସ୍ଥିତିରେ ବହୁତ ସୁଧାର ଆସିଛି, କିନ୍ତୁ ବିଶ୍ୱକୁ ଭୋକିଲା ମୁକ୍ତ କରିବାକୁ ଆହୁରି ବହୁତ ବାଟ ଯିବାକୁ ପଡିବ ବୋଲି ସଦ୍ୟ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।