ହକି ବିଶ୍ୱକପ୍ ଫାଇନାଲରେ ଭାରତ : ରବିବାର ବେଲଜିୟମ୍ ସହ ହେବ ଫାଇନାଲ୍ ମ୍ୟାଚ୍

25

କନକ ବ୍ୟୁରୋ : ହକି ବିଶ୍ୱକପ୍ ଫାଇନାଲରେ ଭାରତ । ରବିବାର ବେଲଜିୟମ୍ ସହ ହେବ ଫାଇନାଲ୍ ଫାଇଟ୍ । ଗତକାଲି ସେମି ଫାଇନାଲରେ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି । ଫାଇନାଲ ଭଳି ହୋଇଛି ସେମିଫାଇନାଲନ୍ ମ୍ୟାଚ୍ । ପ୍ରଥମେ ଅଷ୍ଟ୍ରେଲିଆ ତାପରେ ଭାରତ, ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ ।

ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପରେ ଫଳାଫଳ ପାଇଁ ସୁଟ୍ ଆଉଟର ସାହାରା ନିଆଯାଇଥିଲ। । ଯେଉଁଥିରେ ବାଜି ମାରିନେଇଥିଲା ଭାରତ । ସେପଟେ ଜର୍ମାନୀକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍ । ଟୁର୍ଣ୍ଣାମେଂଟରେ ଏଯାଏଁ ଭାରତ ଅପରାଜିତ ରହିଛି । ଏହା ପୂର୍ବରୁ କ୍ୱାର୍ଟର ଫାଇନାଲରେ ଦଳ ସ୍ପେନକୁ ମାତ୍ ଦେଇଥିଲା ।