ବିଶ୍ୱ ହକି ଇଣ୍ଡିଆ ଲିଗରେ ଭାରତକୁ ବ୍ରୋଞ୍ଜ ପଦକ ! ୨-୧ ଗୋଲରେ ଜର୍ମାନୀକୁ ମାତ୍ ଦେଲା ଟିମ୍ ଇଣ୍ଡିଆ

63

କନକ ବ୍ୟୁରୋ : ବିଶ୍ୱ ହକି ଲିଗରେ ସମ୍ମାନ ରଖିଲା ଭାରତ । ତୃତୀୟ ସ୍ଥାନ ତଥା ବ୍ରୋଞ୍ଜ ପଦକ ପାଇଁ ଲଢେଇରେ ବାଜି ମାରି ନେଇଛି ଭାରତୀୟ ହକି ଟିମ୍ । ଶକ୍ତିଶାଳୀ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ । ଗତକାଲି ଜର୍ମାନୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଅଷ୍ଟ୍ରେଲିଆ । ଫଳରେ ତୃତୀୟ ସ୍ଥାନ ପାଇଁ ଭାରତ ସହ ମୁକାବିଲା କରିବାକୁ ଦାବିଦାର ହୋଇଥିଲା ଜର୍ମାନୀ । ପୂର୍ବରୁ ଆର୍ଜେଣ୍ଟିନା ଦଳ ନିକଟରୁ ସେମି ଫାଇନାଲରେ ପରାସ୍ତ ହୋଇ ଭାରତ ଫାଇନାଲ ଦୌଡରୁ ବାଦ ପଡିଥିଲା । ତେବେ ଜର୍ମାନୀକୁ ମାତ ୍ ଦେଇ ଭାରତ ବ୍ରୋଞ୍ଜ ବିଜୟୀ ହେବା ପରେ ଭାରତୀୟ ହକି ପ୍ରଂଶସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ବ୍ରୋଞ୍ଜ ବିଜେତା ଭାରତୀୟ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଠି ଗୋଟିଏ ଡାଏସରେ ଦେଖିବାକୁ ମିଳିଛି । ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ରାଜନୈତିକ ବିବାଦ ଜୋର୍ ଧରୁଥିବା ବେଳେ ଉଭୟ ଏକାଠି ହେବା ଘଟଣା ଚର୍ଚାକୁ ଆସିଥିଲା ।