ପାକିସ୍ତାନକୁ ଭାରତର କଡା ଜବାବ : ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍

40

କନକ ବ୍ୟୁରୋ : ଭାରତର ପାକିସ୍ତାନକୁ କଡା ଜବାବ । ଗତକାଲି ରାତିରେ ଏଲଓସି ସୀମା ପାର କରି ଆତଙ୍କବାଦୀଙ୍କ ଲଂଚପ୍ୟାଡରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଭାରତୀୟ ସେନା । ପାକିସ୍ତାନ ଅଧିକୃତ କାଶ୍ମୀର ଅଂଚଳରେ ଭାରତରେ ଅନୁପ୍ରବେଶ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ସମୟରେ ସର୍ଜିକାଲ ଷ୍ଟ୍ରାଇକ କରିଛି ଭାରତୀୟ ସେନା । ଏହା ଦ୍ୱାରା ଶତ୍ରୁ ପକ୍ଷର ବ୍ୟାପକ କ୍ଷତି ହୋଇଛି । କିଛି ଆତଙ୍କବାଦୀ ମଧ୍ୟ ଭାରତୀୟ ସେନା ହାତରେ ଧରାପଡିଛନ୍ତି । ଏହି ସୂଚନା ଦେଇଛନ୍ତି ଡିଜିଏମଓ ରଣବୀର ସିଂ । ତେବେ ସର୍ଜିକାଲ ଷ୍ଟ୍ରାଇକକୁ ସମାପ୍ତ କରାଯାଇଛି ବୋଲି କହିଛନ୍ତି ଡିଜିଏମଓ ।

ସେପଟେ ବିନା କ୍ଷତିରେ ଭାରତକୁ ଫେରି ଆସିଛନ୍ତି ସର୍ଜିକାଲ ଷ୍ଟ୍ରାଇକ କରିଥିବା ଭାରତୀୟ ଯବାନ । ତେବେ ସର୍ଜିକାଲ ଷ୍ଟ୍ରାଇକର ଉଦେଶ୍ୟ ଭାରତର ଓ ଭାରତୀୟଙ୍କର କ୍ଷତି ପହଁଚାଉଥିବା ଶକ୍ତିଙ୍କ ବିରୋଧରେ ଥିଲା ଏବଂ ଏହାର ଆଉ କୋ÷ଣସି ଉଦେଶ୍ୟ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ରଣବୀର । ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଓ ଡିଜିଏମଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା । ଏନେଇ ଆଜି ରାଷ୍ଟ୍ରପତିଙ୍କୁ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।