୨୯ଟି ଆମେରିକୀୟ ସାମଗ୍ରୀ ଉପର ଆମଦାନୀ ଶୁଳ୍କ ବଢାଇଲା ଭାରତ : ଅଗଷ୍ଟ ୪ତାରିଖରୁ ଲାଗୁ ହେବା ନେଇ ଅର୍ଥ ମନ୍ତ୍ରାଳୟର ସୂଚନା

45

କନକ ବ୍ୟୁରୋ : ୨୯ଟି ଆମେରିକୀୟ ସାମଗ୍ରୀ ଉପର ଆମଦାନୀ ଶୁଳ୍କ ବଢାଇଲା ଭାରତ । ଅଗଷ୍ଟ ୪ତାରିଖଠାରୁ ଏହା ଲାଗୁ ହେବ ବୋଲି ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି । ଡାଲି ଜାତୀୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢିଥିବା ବେଳେ ମୋଟର ସାଇକେଲ ଆଦିରେ ଏହା ଅପରିବର୍ତିତ ରହିଛି । ଏକସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡି ଆର୍ଟେମିୟାର ଆମଦାନୀ ଶୁଳ୍କକୁ ୧୫ପ୍ରତିଶତ ବଢାଇ ଦିଆଯାଇଛି ।

ସେହିପରି ଲୁହା, ଇସ୍ପାତ, ଷ୍ଟେନଲେସ ଷ୍ଟିଲ ଏବଂ ବିଭିନ୍ନ ପ୍ରକାରର ଫଳ ତଥା ସେଓ, ନାଶପତିରେ ଶୁଳ୍କ ବଢାଯାଇଛି । ମସୁର ଡାଲିରେ ୩୦ପ୍ରତିଶତ ଆମଦାନୀ ଶୁଳ୍କ ବଢିଥିବା ବେଳେ ବେଙ୍ଗଲ ଚଣାରେ ଏହା ୬୦ପ୍ରତିଶତ ବଢିଛି । ତେବେ ଆମେରିକାରୁ ଆସୁଥିବା ମୋଟର ସାଇକେଲ ଉପରେ କୌଣସି ଶୁଳ୍କ ବଢାଯାଇନାହିଁ । ଭାରତର ଇସ୍ପାତ ଓ ଆଲୁମିନିୟମ ଉତ୍ପାଦରେ ଆମଦାନୀ ଶୁଳ୍କ ବଢାଇଥିଲା ଆମେରିକା । ଯାହା ଫଳରେ ଭାରତକୁ ଅତିରିକ୍ତ ୨୪ଦଶମିକ ୧ କୋଟି ଆମେରିକୀୟ ଡଲାରର ଅତିରିକ୍ତ ବୋଝ ପଡିଥିଲା ।