ଫ୍ଲୋରିଡାରେ ଭାରତ-ୱେଷ୍ଟଇଣ୍ଡିଜ୍ ଫଟାଫଟ୍ ମ୍ୟାଚ୍ ! ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ ।

156

କନକ ବ୍ୟୁରୋ : ଆଜିଠୁ ଟ୍ୱେଂଟି-ଟ୍ୱେଂଟି ଟକ୍କର । ଆଜି ଆମେରିକାର ଫ୍ଲୋରିଡାରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଛି ।

ଅଧୁରା ବିଶ୍ୱକପ୍ ଅଭିଯାନ ପରେ ଆସନ୍ତା ବର୍ଷର ଟ୍ୱେଂଟି-୨୦ ବିଶ୍ୱକପ୍ ନଜରରେ ରଖିଛି ଭାରତ । ଆଜିଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ ଶୃଙ୍ଖଳା ଖେଳି ଏହି ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯୋଜନା କରିଛି କୋହଲିଙ୍କ ଦଳ । ଭାରତୀୟ ଦଳରେ ଏକାଧିକ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଥିବାରୁ ଏହା ସେମାନଙ୍କ ପାଇଁ ଆହ୍ୱାନ ଓ ସୁଯୋଗ ଭଳି ଆସିଛି । ଆମେରିକାର ଫ୍ଲୋରିଡାସ୍ଥିତ ଲୌଡରହିଲରେ ପ୍ରଥମ ଟି-୨୦ ଖେଳିବା ପରେ ଭାରତୀୟ ଦଳ ପରବର୍ତ୍ତୀ ଟି-୨୦ ୱେଷ୍ଟଇଣ୍ଡିଜର ଗାୟନାରେ ଖେଳିବ ।