ପୁଣି ଥରେ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ଶଶି ଥରୁର : କହିଲେ, ନେହେରୁଙ୍କ ପାଇଁ ଆଜି ଜଣେ ଚାବାଲା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି

ଜବାବ ରଖିଲା ବିଜେପି

139

କନକ ବ୍ୟୁରୋ : ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଥରୁର ବୟାନ ଦେବା ପରେ ଏହା ଏବେ ଧୀରେ ଧୀରେ ବିବାଦ ଆଡକୁ ଘନଉଛି । ଥରୁର କହିଛନ୍ତି ଯେ, ଆଜି ଯଦି ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ତାହା କେବଳ ନେହରୁଙ୍କ ପାଇଁ । ପଣ୍ଡିତ ନେହରୁ ଦେଶକୁୁ ଏତେ ମଜବୁତ କରିଛନ୍ତି ଯେ, କୌଣସି ବି ବ୍ୟକ୍ତି ଦେଶର ସର୍ବୋଚ୍ଚ ପଦରେ ବସିବାକୁ ସ୍ୱପ୍ନ ଦେଖିପାରିବ । ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଥରୁର ।

Source:DNA India

ସେ ପ୍ରଥମ ଥର ମୋଦିଙ୍କୁ ଏପରି ଆକ୍ଷେପ କରି କହିନାହନ୍ତି। ପୂର୍ବରୁ ବି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ ଥରୁର୍। ସେ କହିଥିଲେ କି ‘ଆମ ଦେଶର ପ୍ରଧାନମନ୍ତ୍ରୀ ଧଳା ଘୋଡ଼ା ଉପରେ ବସି ହାତରେ ଖଣ୍ଡା ଧରିଥିବା ଜଣେ ଅଭିନେତା ।’ଥରୁରଙ୍କ ଏପରି ବୟାନକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସେ ସଫେଇ ଦେଇଛନ୍ତି । ବିଜେପି ପକ୍ଷରୁ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।