ସାବଧାନ ପାକିସ୍ତାନ ! ଆତଙ୍କୀଙ୍କୁ ଖୋଜି ଖୋଜି ମାରିବ ଭାରତ, ଆରମ୍ଭ ହେବ ଆତଙ୍କବାଦୀ ନିପାତ ଅଭିଜାନ ।

25

ଜାମ୍ମୁ ଓ କାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ନିପାତ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହାର ଯୋଜନା ଗତ କିଛି ମାସ ଧରି ଚାଲିଛି । ମେହେବୁବା ମୁଫତି ସରକାରରୁ ବିଜେପିର ସମର୍ଥନ ପ୍ରତ୍ୟାହାର ମଧ୍ୟ ଏହି ବୃହତ ଯୋଜନାର ଏକ ଅଂଶବିଶେଷ । ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁହେବା ପରେ ଏବେ ରାଜ୍ୟର ପ୍ରକୃତ ଶାସନ କେନ୍ଦ୍ର ସରକାରଙ୍କ ହାତକୁ ଚାଲିଆସିଛି । ଏହା ପରେ ଅତିଶୀଘ୍ର ପ୍ରକୃତ ଅପରେସନ ଆରମ୍ଭ ହେବ ।

ଏହି ଯୋଜନାକୁ ସଫଳ କରିବାକୁ ସରକାର ସବୁଠୁ ଦକ୍ଷ ଆଇପିଏସ ଅଫିସର ବିଜୟ କୁମାରଙ୍କୁ ଆଣିଛନ୍ତି । ଦିନ ଥିଲା ବିଜୟ କୁମାରଙ୍କ ନାଁ ଶୁଣିଲେ ତାମିଲନାଡୁରେ ଏଲଟିଟିଇ, ବିରାପ୍ପାନ ଓ ଅନ୍ୟ ଅପରାଧୀମାନେ ଭୟରେ ଥରିଉଠୁଥିଲେ । ଏହି ଅଫିସର ହିଁ ବିରାପ୍ପାନକୁ ହତ୍ୟା କରିଥିଲେ । ଏହି ଯୋଜନାର ପ୍ରଥମ ସୋପାନରେ ଆଜି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଓ ମିରଓ୍ଵାଇଜ ଉମର ଫାରୁକଙ୍କୁ ଅଟକ ରଖାଯାଇଛି । ଏହି ଯୋଜନାର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅଂଗ ହେଉଛି ଏନଏସଜି କମାଣ୍ଡୋ ବା ବ୍ଲାକ କ୍ୟାଟ କମାଣ୍ଡୋଙ୍କୁ କାଶ୍ମୀର ଅଣାଯାଇଛି । ଏନଏସଜିର ସ୍ନାଇପର ଓ ହାଉସ ଇଣ୍ଟରଭେନସନ ଟିମକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୃତୟନ କରାଯିବ । ଏହି କମାଣ୍ଡୋମାନେ ଅପହରଣ ଓ ମୁଣ୍ଡଜାମିନ ପରି ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ସ୍ୱତନ୍ତ୍ରଭାବେ ତାଲିମପ୍ରାପ୍ତ । ଏବେ ବିଏସଏଫର ବିଭିନ୍ନ ପୋଷ୍ଟରେ ଏନଏସଜିର ପ୍ରାୟ ୧୦୦ ଜଣ ସ୍ନାଇପରଙ୍କୁ ମୃତୟନ କରାଯାଇଛି । କାଶ୍ମୀରରେ ଏନଏସଜି କମାଣ୍ଡୋଙ୍କୁ ମୃତୟନ କରିବା ପାଇଁ ଗତ ମାସରେ ଗୃହମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ଦିଆଯାଇଥିଲା ।