ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ! ଇତିହାସ ରଚିଲେ ରାହି, ବନ୍ଧୁକ ଚାଳନାରେ ଏସୀୟକ୍ରୀଡାରେ ପ୍ରଥମ ମହିଳାଭାବେ ଜିତିଲେ ସ୍ୱର୍ଣ୍ଣ ।

75

ଏସୀୟ କ୍ରୀଡ଼ାରେ ଭାରତକୁ ବନ୍ଧୁକ ଚାଳନାରେ ମିଳିଛି ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ । ମହିଳା ସୁଟର ରାହି ସରନୋବତ୍ ଏହି ପଦକ ହାସଲ କରିଛନ୍ତି । ବୁଧବାର ମହିଳା ୨୫ମିଟର ପିସ୍ତଲ ଚାଳନା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସେ ଏହି ସଫଳତା ହାସଲ କରିଛନ୍ତି । ଏଥି ସହ ସରନୋବତ୍ ଆଉ ଏକ ଇତିହାସ ମଧ୍ୟ ରଚିଛନ୍ତି । ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ପଦକ ଜିଣିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ଆଜିର ପ୍ରତିଯୋଗିତାରେ ସରନୋବତ୍ ଥାଇଲାଣ୍ଡର ପ୍ରତିଯୋଗୀ ନାଫସ୍ୱାନ୍ ୟଙ୍ଗ୍ ପାଇବୁନଙ୍କୁ ପଛରେ ପକାଇ ସ୍ୱର୍ଣ୍ଣପଦକ ବିଜେତା ହୋଇଛନ୍ତି ।

୨୭ ବର୍ଷୀୟା ରାହି ସରନୋବତ୍ ଏହା ପୂର୍ବରୁ ଦେଶ ଲାଗି ବହୁ ପଦକ ଜିଣି ସାରିଛନ୍ତି। ସେ ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ । ଏଯାବତ୍ ରାହି କମନୱେଲଥ ଗେମ୍ସରେ ୩ଟି ପଦକ ଜିତି ସାରିଛନ୍ତି। ୨୦୧୦ରେ ସେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିଣିଥିବା ବେଳେ ୨୦୧୪ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ।