ଏସିଆନ ଗେମ୍ସର ଷଷ୍ଠ ଦିନରେ ଭାରତର ବିଜୟ ଅଭିଯାନ ଜାରି । ନୌଚାଳନାରେ ଦଳଗତ ପରୁଷ ଇଭେଂଟରେ ଗୋଟିଏ ସ୍ୱର୍ଣ୍ଣ

41

କନକ ବ୍ୟୁରୋ : ଶୁକ୍ରବାରରେ ସ୍ୱର୍ଣ୍ଣ । ୧୮ ତମ ଏସିଆନ୍ ଗେମ୍ସରେ ଭାରତରରଗ୍ଧ ଜୟଯାତ୍ରା ଜାରି । ଷଷ୍ଠ ଦିନରେ ରୋଇଂରେ ଗୋଟିଏ ସ୍ୱର୍ଣ୍ଣ ସହ ୨ଟି ବ୍ରୋଂଜ୍ ପଦକ ଜିତିଛି ଭାରତ । ଦଳଗତ ପୁରୁଷ ନୌଚାଳନା ବିଭାଗରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛି । ସେହିପରି ପୁରୁଷ ସିଙ୍ଗଲ୍ସ ବିଭାଗରେ ଦୁଷ୍ୟନ୍ତ ଚୌଧୁରୀ ଗୋଟିଏ ବ୍ରୋଂଜ୍ ପଦକ ଜିତିଥିବା ବେଳେ ଡବଲ୍ସରେ ରୋହିତ କୁମାର ଓ ଭଗବାନ ସିଂଙ୍କ ଯୋଡ଼ି ବ୍ରୋଂଜ୍ ଜିତିଛନ୍ତି । ଆଜି ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମକାର ମହିଳା ବାଲାନ୍ସ ବିମ୍ ବିଭାଗରେ ସ୍ୱର୍ଣ୍ଣ ପଦକ ପାଇଁ ଅଭିଯାନ ଆରମ୍ଭ କରିବେ ।

 

ଅନ୍ୟପଟେ ଭିନ୍ନ ଭିନ୍ନ ବିଭାଗରେ ଭାରତୀୟ ବକ୍ସର ମଧ୍ୟ ମଇଦାନକୁ ଓହ୍ଲାଇବେ । ସେହିପରି ଭାରତୀୟ ମହିଳା କବାଡ଼ି ଦଳ ସ୍ୱର୍ଣ୍ଣ ପଦକ ପାଇଁ ଇରାନ୍ ସହ ଆଜି ଖେଳିବେ । ଅନ୍ୟପଟେ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ୱର୍ଣ୍ଣ ପଦକ ପାଇଁ ହିନା ସିଦ୍ଧୁ ଓ ମନୁ ଭାକର୍ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ଗତକାଲି ବନ୍ଧୁକ ଚାଳନାରେ ସାର୍ଦୁଲ ବିହାନ ବିରାଟ ସଫଳତା ଲାଭ କରିଛନ୍ତି । ସେ ମାତ୍ର ୧୫ ବର୍ଷ ବୟସରେ ଏସୀୟ ପଦକ ବିଜେତା ହେବାର ଅନନ୍ୟ କିର୍ତ୍ତୀମାନ ହାସଲ କରିଛନ୍ତି । ତେବେ ଏହି ଖବର ଆସିବା ପରେ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।