ପାକ୍ ବର୍ବରତାର ମୁହଁତୋଡ ଜବାବ ଦେଲା ଭାରତ ! ଭାରତୀୟ ଯବାନ ମିଶାଇଲ ମାଡକରି ଉଡାଇ ଦେଲେ ପାକିସ୍ତାନ ସେନାର ବହୁ ବଙ୍କର

34

କନକ ବ୍ୟୁରୋ : ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ । ଏଲଓସିରେ ପାକ୍ ବର୍ବରତାର ଦିଆ ଯାଇଛି କଡା ଜବାବ । ଭାରତୀୟ ଯବାନ ମିଶାଇଲ ମାଡ କରି ଉଡାଇ ଦେଲେ ପାକିସ୍ତାନ ସେନାର ବହୁ ବଙ୍କର । ଜମ୍ମୁକଶ୍ମୀରର ନୌସେରା ସେକ୍ଟରରେ ଆଜି ପାକିସ୍ତାନ ସିଜଫାୟାର ଉଲ୍ଲଂଘନ କରିଥିଲା । ପାଲଟା ଆକ୍ରମଣ କରି ଭାରତୀୟ ଯବାନ ପାକିସ୍ତାନୀ ସେନା ଶିବିର ଉପରେ କରିଥିଲା ଆଂଟି ଗାଇଡେଡ୍ ମିଜାଇଲ ମାଡ ।

ପାକିସ୍ତାନର ବେଲାଣ୍ଡୁର ଘାଟିରେ ଥିବା ପାକ ସେନାର ବଙ୍କର ଉପରେ ୭ଟି ମିଜାଇଲ ମାଡ କରିଥିଲେ ଭାରତୀୟ ଯବାନ । ଆଉ ଏଥିରେ ପାକିସ୍ତାନ ସେନାର ୫ରୁ ଅଧିକ ବଙ୍କର ଧ୍ୱସ୍ତବିଧ୍ୱସ୍ତ ହୋଇଥିବା କୁହାଯାଉଛି । ଗତ ୧ ତାରିଖରେ ପୁନଛ ସେକ୍ଟରର କ୍ରିଷ୍ଣା ଘାଟି ଉପରେ ମୋର୍ଟାର ମାଡ କରିଥିଲା ପାକିସ୍ତାନ । ଏଥିରେ ସହିଦ ୨ ଭାରତୀୟ ଯବାନଙ୍କ ମୃତଦେହରୁ ମୁଣ୍ଡ କାଟି ନେଇଥିଲା ପାକିସ୍ତାନ ସେନା । ପାକିସ୍ତାନର ଏପରି ବର୍ବରତାକୁ ନେଇ ଭାରତ କଡା ଆପତି ଜାହିର କରିଛି । ଏପରି କୁତ୍ସିତ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ପାକିସ୍ତାନ ନିନ୍ଦିତ ହେଉଛି ।