ଜାମ୍ମୁ କାଶ୍ମୀରରେ ଜବରଦସ୍ତ ଏବଂ ବେଆଇନ ଭାବରେ କବଜା କରିଥିବା ଅଞ୍ଚଳ ଗୁଡିକୁ ଖାଲି କରିବା ପାଇଁ ଭାରତ ପାକିସ୍ତାନକୁ କଡା ଚେତାବନୀ ଦେଇଛି । ଏହି ଅଞ୍ଚଳ ଗୁଡିକର ସ୍ଥିତିରେ ପରିବର୍ତ୍ତନରେ କାର୍ୟ୍ୟାନୁଷ୍ଠାନ ଉପରେ ଭାରତ କଡା ବିରୋଧ କରିଥିଲା ।

ଭାରତୀୟ ବିଦେଶ ମନ୍ତ୍ରାଳୟର ଏହି ପ୍ରତିକ୍ରିୟା, ପାକିସ୍ତାନର ସେହି କାର୍ୟ୍ୟାନୁଷ୍ଠାନ ଉପରେ ଆସିଛି, ଯେଉଁଥିରେ ପାକିସ୍ତାନ ଆଜାଦ ଜାମ୍ମୁକାଶ୍ମୀର ୧୩ତମ ସଂଶୋଧନର ଅଧିନିୟମ-୨୦୧୮ରେ ପରିବର୍ତ୍ତନ କରି ଆଜାଦ ଜାମ୍ମୁକାଶ୍ମୀର କାଉନସିଲ ଆଡମିନିଷ୍ଟ୍ରେଟିଭ୍ ଆଣ୍ଡ ଫାଇନାନ୍ସସିଆଲ ପାୱାରକୁ ଶେଷ କରିଦେଇଛି । ତେବେ ଏବେ ଏହା ଏକ ଉପଦେଶକାରୀ ଅଧିନିୟମ ହୋଇ ରହିଯାଇଛି ।

ବିଦେଶ ମନ୍ତ୍ରାଳୟର ବୟାନ ଅନୁଯାୟୀ, ପାକ୍ତିସାନକୁ ଏହା ସିଧାସଳଖ କୁହାଯାଇଛି ଯେ, ୧୯୪୭ର ବିଲୟ ପତ୍ର ଅନୁଯାୟୀ, ସମ୍ପୂର୍ଣ୍ଣ ଜାମ୍ମୁ କାଶ୍ମୀର ରାଜ୍ୟ ଭାରତର ଆଭ୍ୟନ୍ତରୀଣ ଅଂଶ ଅଟେ । ଏବଂ ଏଥିରେ ପାକିସ୍ତାନ ନିଡ କବଜାକୁ ନେଇଥିବା କାଶ୍ମୀରର ଅଂଶ ମଧ୍ୟ ସାମିଲ ରହିଛି । ଏଭଳି ସ୍ଥିତିରେ ପାକିସ୍ତାନ ପାଖରେ ପରିବର୍ତ୍ତନର କୌଣସି ଆଇନ ସମ୍ମତ ପ୍ରମାଣ ନାହିଁ ଯାହାକି ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର୍ୟ୍ୟ ଅଟେ ।