ଦେଶରେ ଖୋଲିଲା ପ୍ରଥମ ରୋବଟ୍ ରେଷ୍ଟୁରାଣ୍ଟ ! ରୋବଟ୍ ପରସିବ ଖାଦ୍ୟ

35

ଦେଶରେ ଖୋଲିଲା ପ୍ରଥମ ରୋବଟ୍ ରେଷ୍ଟୁରାଂଟ । ଚେନ୍ନାଇରେ ଖୋଲିଛି ଏହି ସ୍ୱତନ୍ତ୍ର ରେଷ୍ଟୁରାଂଟ । ଯେଉଁଠାରେ ୱେଟର ବଦଳରେ ରୋବଟ ପରସିବ ଖାଦ୍ୟ । ଚେନ୍ନାଇର ମହାବଳିପୁରମ ରୋଡ଼ରେ ଏହି ରେଷ୍ଟୁରାଂଟ ଅବସ୍ଥିତ । ଏହି ରେଷ୍ଟୁରାଣ୍ଟରେ କେବଳ ଥାଇ ଓ ଚାଇନିଜ୍ ଖାଦ୍ୟ ପରସାଯିବ । ସୂଚନା ଅନୁସାରେ ଏହା ଦେଶର ପ୍ରଥମ ରୋବଟ୍ ଥିମ୍ ରେଷ୍ଟୁରାଂଟ । ଏହି ରେଷ୍ଟୁରାଟକୁ ଭେଙ୍କଟେସ୍ ରାଜେନ୍ଦ୍ରନ୍ ଓ କାର୍ତ୍ତିକ କାନନ ନାମକ ଦୁଇଜଣ ବ୍ୟକ୍ତି ମିଳିତ ଭାବେ ଆରମ୍ଭ କରିଛନ୍ତି ।

 

 

 

 

 

ଏହି ରେଷ୍ଟୁରାଂଟର ସମସ୍ତ ଟେବଲରେ ରହିଛି ଗୋଟିଏ ଗୋଟିଏ ଟାବ୍, ଯାହା ସାହାଯ୍ୟରେ ଗ୍ରାହକ ଖାଦ୍ୟ ଅର୍ଡ଼ର କରିପାରିବେ । ଆପଣ ଦେଇଥିବା ଖାଦ୍ୟର ଅର୍ଡ଼ର ସିଧା ସିଧା କିଚେନ ପର୍ଯ୍ୟନ୍ତ ପହଞ୍ଚିଯିବ, ଯେଉଁଠି ଭୋଜନ ପ୍ରସ୍ତୁତ ହୁଏ । ଖାଦ୍ୟ ପ୍ରସ୍ତୁତ ହୋଇଗଲେ ରୋବଟ୍ ଆପେ ଆପେ ଆସି ଖାଦ୍ୟ ପରସି ଦେଇଯିବ । ଏଠାରେ ଥିବା ସମସ୍ତ ରୋବଟ୍ ବ୍ୟାଟେରୀ ଚାଳିତ । ରୋବରରେ ଲାଗିଛି ସେନସର । ଯଦି ଏମାନଙ୍କ ରାସ୍ତାରେ କିମ୍ବା ସାମ୍ନାକୁ କେହି ଆସିଗଲେ ରୋବଟ ଛିଡ଼ା ହୋଇଯିବା । ତେବେ ଦେଶରେ ଏହି ରେଷ୍ଟୁୁରାଂଟ ଖୋଲିବା ପରେ ଚର୍ଚ୍ଚା ଜୋର ଧରିଛି । ଦେଶରେ ଆଉ କିଛି ଶାଖା ଖୋଲିବା ପାଇଁ ଏବେ ଯୋଜନା ଚାଲିଛି ।