ମିଶନ ମୁନ ଅଭିମୁଖେ ଭାରତର ପ୍ରଥମ ଘରୋଇ ରୋବର୍ଟ ! ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ‘ଏ ଲିଟିଲ ହୋପ’

47

ମିଶନ ମୁନ ଅଭିମୁଖେ ଭାରତର ପ୍ରଥମ ଘରୋଇ ରୋବର୍ଟ । ଚନ୍ଦ୍ରପୃଷ୍ଠକୁ ଯିବା ଓ ସେଠାରେ ଗବେଷଣାକରିବା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ୱପୂର୍ଣ୍ଣ ବିଷୟ ଅଟେ । ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଚନ୍ଦ୍ର ପୃଷ୍ଠକୁ ଯାଇ ଗବେଷଣା କରିନାହାନ୍ତି । ଭାରତର ପଠାଇଥିବା ଚନ୍ଦ୍ରାୟନ ଅଭିଯାନ ମଧ୍ୟ ମାନବ ବିହୀନ ଥିଲା । ବିଶ୍ୱର ଅନେକ ଦେଶ ଚନ୍ଦ୍ରକୁ ରୋବର୍ଟ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚନ୍ଦ୍ରରେ ରୋବଟିକ ଏକ୍ସପ୍ଲୋରେସନ କରିବାକୁ ଚାହୁଁଛନ୍ତି । ବିଶ୍ୱର ହାତ ଗଣତି କେତୋଟି ଦେଶ ଚନ୍ଦ୍ରରେ ଗବେଷଣା କରିବା ପାଇଁ ରୋବର୍ଟ ପଠାଇଛନ୍ତି ।

ଏଭଳି ଏକ ପରିକଳ୍ପନା ଭାରତୀୟ ଷ୍ଟାର୍ଟ ଅପ କମ୍ପାନୀ ଦ୍ୱାରା କରାଯାଇଥିଲା । ଏହା ହେଉଛ ଭାରତର ପ୍ରଥମ ଘରୋଇ ରୋବର୍ଟ ଯାହା ଚନ୍ଦ୍ରକୁ ଯିବ । ଇସ୍ରୋର ପିଏସଏଲଭି ଦ୍ୱାରା ଏହା ଡିସେମ୍ବର ୨୮ରେ ଲଂଚ କରାଯିବ । ଏହା ଚନ୍ଦ୍ରପୃଷ୍ଠକୁ କିଭଳି ପଠାଯିବ ଓ ସେଠାରେ ସେ କିପରି କାମ କରିବ ସେଥିପାଇଁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଛି । ଏଥିରେ ଅଧିକ ସହାୟତା ପାଇଁ ଭାରତ ରୋବର୍ଟ ସିଷ୍ଟମ ଇଂଜିନିୟର କରଣ ବୈଶ ଅନେକ ସହଯୋଗ କରିଛନ୍ତି । ଚନ୍ଦ୍ର ପୃଷ୍ଠକୁ ଯିବାରେ ଏହା ପୃଥିବୀର ସବୁଠାରୁ କମ ଓଜନର ରୋବର୍ଟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାର ନାଁ ରଖାଯାଇଛି ‘ଏ ଲିଟିଲ ହୋପ’ । ଏଥିପାଇଁ ଗୁଗୁଲ ମଧ୍ୟ ସହାୟତାର ହାତ ବଢାଇଛି । ଯଦି ଚନ୍ଦ୍ରପୃଷ୍ଠରେ ୫ଶହ ମିଟର ଘୂରେ ତେବେ ଗୁଗୁଲ ୨୦ମିଲିୟନ ଡଲାର ଦେବ ।

‘ଏ ଲିଟିଲ ହୋପ’ର ଓଜନ ମାତ୍ର ୭ କେଜି । କରଣ ବୈଶ କହିଛନ୍ତି, ଏହାର ବିଶେଷତ୍ୱ ହେଉଛି ଚନ୍ଦ୍ରକୁ ପଠାଯାଇଥିବା ସମସ୍ତ ରୋବର୍ଟ ମଧ୍ୟରୁ ଏହା ହେଉଛି କମ ଓଜନ ବିଶିଷ୍ଟ । ଏପରିକି ଋଷ, ଚାଇନା ଓ ଆମେରିକା ପଠାଇଥିବା ରୋବର୍ଟ ଠାରୁ ମଧ୍ୟ କମ ଓଜନ । ଏହି ରୋବର୍ଟର ୪ଟି ଚକ ରହିଛି । ନିୟନ୍ତ୍ରଣ କରିବାର କ୍ଷମତା ପ୍ରତ୍ୟୋକ ଚକର ରହିଛି । ଏଥିରେ ହାଇଡେଫିନେଶନ ସହ ୪ମେଗା ପିକ୍ସେଲର ଦୁଇଟି କ୍ୟାମେରା ରହିଛି । ଏହି କ୍ୟାମେରା ଆଖି ଭଳି କାମ କରିବ । ପ୍ରଥମେ କ୍ୟାମେରାରେ ଫଟୋ ଉଠାଇ ଓ ପରେ ପ୍ରୋସେସିଂ କରି ଜାଣିପାରିବ ଚନ୍ଦ୍ରରେ ପଥର ଅଛି କି ନାହିଁ । ତାପରେ ଆଗକୁ ବଢିବ ।

ରୋବର୍ଟ ସିଷ୍ଟମ ଇଂଜିନିୟର କରଣ ବୈଶ କହିଛନ୍ତି, ଆମେରିକା, ଋଷ ଓ ଚୀନ ପରେ ଭାରତ ଏହି ମିଶନରେ ସାମିଲ ହୋଇଛି । କରଣ ବୈଶ କହିଛନ୍ତି, ଆମେ ବିଶ୍ୱକୁ ଦେଖାଇବାକୁ ଚାହୁଁ ଭାରତରେ ବି ପୃଥିବୀ ପ୍ରସିଦ୍ଧ ଟେକ୍ନୋଲୋଜି ଓ ଉଚ୍ଚଶ୍ରେଣୀର ଇଂଜିନିୟର ଅଛନ୍ତି । କମ୍ପ୍ୟୁଟର ଜ୍ଞାନ, କୋଡିଂ ,ସଫୱେର ସେବା ଦେଉଥିବା ଦେଶ ଭାବେ ବିଶ୍ୱରେ ଭାରତର କ୍ଷାତି ରହିଛି । ଯାହା ଠିକ ନୁହେଁ । ଆମେ ଏଠାରେ ସବୁ କରିପାରିବୁ । ମାନୁଫାକଚରିଂ, ଟେକ୍ନୋଲୋଜି, ଇଲେକଟ୍ରୋନିକ୍ସ ଏବଂ ହାର୍ଡୱେର ପ୍ରସ୍ତୁତ କରିପାରିବୁ । ଏହି ମିଶନ ହେଉଛି ତାର ଉଦାହରଣ ।