ଭାରତୀୟ ବୋଲରଙ୍କ ଆଗରେ ଚିତପଟାଙ୍ଗମାରିଲା ପାକିସ୍ତାନ । ୨୦୩ ରନରେ ପାକିସ୍ତାନକୁ ମାତ ଦେଇ ଜୁନିୟର ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ।

65

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ଜୁନିୟର ବିଶ୍ୱକପରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୨୦୩ରନରେ ହରାଇ ପାଇନାଲରେ ପ୍ରବେଶ କରିଛି । ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ୱିକେଟ ହରାଇ ୨୭୨ରନ ସଂଗ୍ରହ କରିଥିଲା । ଏହାର ଜବାବରେ ପାକିସ୍ତା ମାତ୍ର ୬୮ ରନ କରିବାକୁ ସକ୍ଷମ ହୋଇଥିଲା । ଶୁଭମାନ ଗିଲଙ୍କ ଶାନଦାର ଶତକ ପରେ ଭାରତୀୟ ବୋଲରମାନେ ଶାନଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଧୂଳି ଚାଟିଥିଲା ।

ଫାଇନାଲରେ କଡା ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଦେଖିବାକୁ ମିଳିବ । ପୂର୍ବରୁ ଟିମ ଇଣ୍ଡିଆ ତିନିଥର ଟ୍ରଫି ଜିତିସାରିଛି । ଜୁନିୟର ବିଶ୍ୱକପରେ ଭାରତର ୬ଥର ଫାଇନାଲରେ ମଧ୍ୟ ପହଂଚିସାରିଛି । ଗତବର୍ଷ ମଧ୍ୟ ଭାରତ ଫାଇନାଲ ଖେଳିଥିଲା ମେନ ଇନ ବ୍ଲୁ । ଫେବୃୟାରୀ ୩ରେ ଭାରତୀୟ ସମୟ ସକାଳ ୬.୩୦ରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ ।

ପାକିସ୍ତାନ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଦେଇଥିଲେ ଭାରତୀୟ ବୋଲର । ପାକିସ୍ତାନ ବ୍ୟାଟସମ୍ୟାନଙ୍କ ପାଇଁ ଘାତକ କ ସାଜିଥିଲେ ଇଶାନ ପୋରେଲ । ଶିବ ସିଂହ, ରିୟାନଙ୍କ ସ୍ପନ ପାକିସ୍ତାନ ପାଇଁ ମୁଣ୍ଡବ୍ୟଥା ବଢାଇଦେଇଥିଲା । ଏମାନେ ଦୁଇଟି ଲେଖାଏଁ ୱିକେଟ ନେଇ ପାକିସ୍ତାନ ଦାଳ ପାଇଁ କାଳ ସାଜିଥିଲେ ।

୨୭୩ ରନର ଟାର୍ଗେଟକୁ ପିଛା କରି ପ୍ରାରମ୍ଭରୁ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଭାରତର ଉଦୀୟମାନ ବୋଲର ଇଶାନ ପୋରେଲ ୪ଟି ୱିକେଟ ନେଇଥିଲେ । ଚତୁର୍ଥ ଓଭରରେ ଇଶାନ ପାକିସ୍ତାନର ପ୍ରଥମ ୱିକେଟର ପତନ କରାଇଥିଲେ । ପରେ ଷଷ୍ଠ ,ଅଷ୍ଟମ ଓ୧୨ ତମ ଓଭରରେ ସେ ୱିକେଟ ନେବାକୁ ସକ୍ଷମ ହୋଇଥିଲେ । ଇମ୍ରାନ ଶାହ,ମହମ୍ମଦ ଜୈଦ,ଆଲ୍ଲୀ ଜାରିବ,ଅମଦ ଆଲାମଙ୍କ ପାଇଁ ଘାତକ ସାଜିଥିଲେ ।

ଶୁଭମ ଗିଲ ୯୪ ବଲରୁ ଶାନଦାର ୧୦୨ ରନ କରିଥିଲେ । ସେ ଗୋଟିଏ ଇନିଂସରେ ସାତଟି ଚୌକା ମାରି ଶତକ କରିଥିଲେ । ଅଧିନାୟ କ ପୃଥ୍ୱୀ ଶା ଓ ମନଜ୍ୟୋତ ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ । ଓପନିଂ ଯୋଡିଙ୍କ ୮୯ରନ ଭାଗିଦାରୀ ଫଳରେ ଭାରତ ଦୃଢ ସ୍ଥିତିରେ ପହଂଚିପାରିଥିଲା ।