ଦିଲ୍ଲୀ ନିଜାମୁଦ୍ଦିନ ସମାବେଶ ବଢ଼ାଇଲା ଚିନ୍ତା! ତିନି ଦିନ ଭିତରେ ଦେଶରେ ହୁ ହୁ ହୋଇ ବଢ଼ିଗଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ କରୋନା ଆକ୍ରାନ୍ତଙ୍କର ୬୦ ପ୍ରତିଶତ ତବଲିଘି ଜମାତ ସହ ସଂପର୍କୀତ ।

1,642

କନକ ବ୍ୟୁରୋ: ଭାରତରେ କରୋନା ଭୂତାଣୁର ହଟ୍ ସ୍ପଟ ବନିଛି ତବଲିଗି ମର୍କଜ । ଗତ ଦୁଇ ଦିନ ଭିତରେ ଭାରତରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ସଂକ୍ରମିତଙ୍କ ମଧ୍ୟରୁ ୬୪୭ଜଣଙ୍କର ସିଧାସଳଖ ସମ୍ପର୍କ ରହିଛି ଦିଲ୍ଲୀର ତବଲିଗି ମର୍କଜ ସହ ।

ଭାରତରେ କରୋନା ଭୂତାଣୁର ହଟ୍ ସ୍ପଟ ବନିଛି ତବଲିଗି ମର୍କଜ । ଏଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରାୟ ୪୧ଟି ଦେଶର ଲୋକ । ଗତ ତିନି ଦିନ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୦ପ୍ରତିଶତ ଦିଲ୍ଲୀର ତବଲିଗି ଜମାତ ସହ ସମ୍ପୃକ୍ତ । ନିଜାମୁଦ୍ଦିନରେ ଗତ ମାସ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରାୟ ୩ଶହରୁ ଅଧିକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର ଦିନ ଏହି ମର୍କଜରୁ ପ୍ରାୟ ୨୬ଶହ ଲୋକଙ୍କୁ ବାହାର କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଗତ ତିନି ଦିନ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ପ୍ରତିଶତ ସଂକ୍ରମିତଙ୍କ ସମ୍ପର୍କ ରହିଛି ତବଲିଗି ଜମାତ ସହ । ଶୁକ୍ରବାର ଦିନ ରିପୋର୍ଟ ପ୍ରସ୍ତୁତ କରାଯିବା ସୁଦ୍ଦା ରାଜସ୍ଥାନରେ ୨୧ଜଣ ନୂଆ ଆକ୍ରାନ୍ତ, ଆନ୍ଧ୍ରପ୍ରଦେଶରେ ୧୨ଜଣ, ଉତରପ୍ରଦେଶରେ ୫ଜଣ, ଦିଲ୍ଲୀରେ ଦୁଇ ଜଣ ଓ ଗେଆରେ ଜଣେ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନିଜାମୁଦ୍ଦିନରେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କେତେକ ନୀତିନିୟମକୁ ଉଲ୍ଲଙ୍ଘନ କରାଯାଇଥିଲା ।

୧. ମାର୍ଚ୍ଚ ୧୧ତାରିଖରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ବିଦେଶରୁ ଆସୁଥିବା ଲୋକ ରେଜିଷ୍ଟ୍ରସନ କରାନ୍ତୁ କିନ୍ତୁ ତାର ଉଲ୍ଲଙ୍ଘନ ହୋଇଥିଲା
୨. ମାର୍ଚ୍ଚ ୧୩ରେ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଥିଲେ ୨ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ କିନ୍ତୁ ତାକୁ ମଧ୍ୟ ଉଲ୍ଲଙ୍ଘନ କରାଯାଇଥିଲା
୩. ମାର୍ଚ୍ଚ ୧୬ରେ ଦିଲ୍ଲୀ ସରକାର କହିଥିଲେ ୫୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ କିନ୍ତୁ ତାକୁ ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିଲା
୪. ନୋଟିସ୍ ପାଇବା ପରେ ତବଲିଗି ଜମାତ କହିଲା ମର୍କଜରେ ଅଳ୍ପଲୋକ ଅଛନ୍ତି

ବୁଧବାର ଦିନ ସଂପୂର୍ଣ୍ଣ ଭାବେ ଖାଲି କରାଯାଇଥିଲା ଦିଲ୍ଲୀ ନିଜାମୁଦ୍ଦିନ ଅଂଚଳରେ ଥିବା ତବଲିଗି ଜମାତର ମର୍କଜ । ୩ ଦିନର ଅପରେସନ୍ ପରେ ଏଠାରୁ ୨ ହଜାର ୩୬୧ ଜଣଙ୍କୁ ବାହାର କରାଯାଇଥିଲା । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଭିତରେ ୬୧୭ ଜଣଙ୍କ ଠାରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଦେଇଥିବା ଯୋଗୁଁ ଏମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏବଂ ପ୍ରାୟ ୧୭ଶହ ଲୋକଙ୍କୁ କ୍ୱାରେଂଟିନରେ ରଖାଯାଇଥିଲା ।