ବର୍ମିଂହାମରେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ! ପ୍ରଥମ ଦିନରେ ଭାରତର ଜବରଦସ୍ତ ବୋଲିଂ ପ୍ରଦର୍ଶନ, ୨୮୫ ରନରେ ୯ ୱିକେଟ ହରାଇଲା ଇଂଲଣ୍ଡ ।

34

କନକ ବ୍ୟୁରୋ : ବର୍ମିଂହାମର ଏଜବାଷ୍ଟନରେ ବୁଧବାର ଠାରୁ ଆରମ୍ବ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଇଂଲଣ୍ଡ ୯ ଉଇକେଟ୍ ବିନିମୟରେ ୨୮୫ ରନ୍ କରିଛି । ଯୁବ ତାରକା ସାମ୍ କୁରାନଙ୍କ ଅପରାଜିତ ୨୪ ରନ୍ ଯୋଗୁଁ ପ୍ରଥମ ଦିନରେ ଅଲଆଉଟ୍ ହୋଇପାରିନାହିଁ ଇଂଲଣ୍ଡ । ଭାରତୀୟ ସ୍ପିନର ଆର୍.ଅଶ୍ୱିନ ୪ଟି ଓ ସାମି ୨ଟି ଉଇକେଟ୍ ନେଇଛନ୍ତି ।

ସେପଟେ ଅଧିନାୟକ ଜୋ ରୁଟଙ୍କ ୮୦ ରନ୍, ଜନି ବେୟାରଷ୍ଟୋଙ୍କ ୭୦ ରନ୍ ଓ ଓପନର କେଟନ୍ ଜେନିଙ୍ଗସଙ୍କ ୪୨ ରନ୍ ବଳରେ ଘରୋଇ ଟିମ୍ ୨୮୫ ରନ୍ କରିପାରିଛି । ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଦଳ ୯ ୱିକେଟ ହରାଇ ୨୮୫ ରନ ସଂଗ୍ରହ କରିଛି ।