ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ! ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ବିରାଟ ବାହିନୀ, ସେପଟେ ଟି-୨୦ର ବଦଲା ଦିନିକିଆରେ ନେବା ଲକ୍ଷ୍ୟରେ ଇଂଲଣ୍ଡ ।

58

ଆଜି ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ । ବିରାଟ କୋହଲି ଓ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଉଭୟ ଦଳ ଆଜି ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳିବେ । ଚଳିତ ଗସ୍ତରେ ଉଭୟ ଆର୍ୟାଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଚମକ୍ରାର ଟି-୨୦ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳ ନିଜର ଆଧିପତ୍ୟ ଜମାଇବା ଲକ୍ଷ୍ୟରେ ରହିଛି । ସେପଟେ ଇଂଲଣ୍ଡ ମଧ୍ୟ ଘରୋଇ ମାଟିରେ ମାତ୍ ଦେବା ଲକ୍ଷ୍ୟରେ ରହିଛି ।

ତେବେ ୫୦ ଓଭରିଆ ମ୍ୟାଚରେ ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦଳ ବେଶ ଫର୍ମରେ ରହିଥିବା ବେଳେ ଟି-୨୦ର ବଦଲା ଦିନିକିଆ ମ୍ୟାଚରେ ନେବାକୁ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଆଜିଠାରୁ ଦିନିକିଆ ଶୃଙ୍ଖଳାକୁ ଓହ୍ଲାଉଥିବା ବେଳେ ଆଜିର ମ୍ୟାଚ୍ ଭାରତୀୟ ସମୟାନୁଯାୟୀ ସନ୍ଧ୍ୟା ୫ଟାରୁ ଖେଳାଯିବ ।

ଭାରତୀୟ ଦଳ – ବିରାଟ କୋହଲି ( ଅଧିନାୟକ ), ଶିଖର ଧାୱନ, ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନୀ ( ୱିକେଟରକ୍ଷକ ), ଦୀନେଶ କାର୍ତ୍ତିକ, ସୁରେଶ ରାଇନା, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟର, ସିଦ୍ଧାର୍ଥ କୌଲ, ଅକ୍ଷର ପଟେଲ, ଉମେଶ ଯାଦବ, ସାର୍ଦୁଲ ଠାକୁର, ଭୁବନେଶ୍ୱର କୁମାର ।

ଇଂଲଣ୍ଡ ଦଳ – ଇଅନ ମୋର୍ଗାନ ( ଅଧିନାୟକ ), ଜାସନ ରାୟ, ଜନି ବେୟାରଷ୍ଟୋ, ଜୋସ୍ ବଟ୍ଟଲର ( ୱିକେଟରକ୍ଷକ ), ମୋଇନ ଅଲ୍ଲୀ, ଜୋଏ ରୁଟ୍, ଜାକ୍ ବାଲ୍, ଟମ୍ କୁରାନ୍, ଆଲେକ୍ସ ହେଲସ୍, ଲିଆମ୍ ପ୍ଲଙ୍କେଟ୍, ବେନ୍ ଷ୍ଟୋକ୍ସ, ଆଦିଲ ରସିଦ୍, ଡେଭିଡ୍ ଓି୍ୱଲି, ମାର୍କ ଉଡ୍ ।