କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଛାଡିଲେ ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡର ଖେଳାଳି

25

କନକ ବ୍ୟୁରୋ : ଭୁବନେଶ୍ୱର ଛାଡିଲେ ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ । କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ହୋଟେଲରୁ ଏୟାରପୋର୍ଟ ପର୍ୟ୍ୟନ୍ତ ନିଆଯାଇଛି । କୋଲକାତା ଅଭିମୁଖେ ଯିବେ ଉଭୟ ଟିମ୍ । ତୃତୀୟ ଦିନିକିଆ କୋଲକାତାର ଇଡେନ ଗାର୍ଡେନରେ ରବିବାର ଦିନ ଖେଳାଯିବ ।

ଆଜି ଖେଳାଳିଙ୍କ ଟିକିଏ ଝଲକ ପାଇବା ପାଇଁ ହୋଟେଲ ବାହାରେ ଓ ଏୟାରପୋର୍ଟ ନିକଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଏପରିକି ଖେଳାଳିଙ୍କୁ ଦେଖିବା ପାଇଁ ରାସ୍ତା ସାରା ଲୋକଙ୍କ ଗହଳି ଜମିଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ :