ବାରବାଟୀରେ ଭାରତ -ଇଂଲଣ୍ଡ ଟକ୍କର ! ଭୁବନେଶ୍ୱରରେ ପହଂଚିଲେ ଦୁଇ ଦେଶର ଖେଳାଳି

36

କନକ ବ୍ୟୁରୋ : ଆସନ୍ତାକାଲି ବାରବାଟୀରେ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଟକ୍କର । ଆଜି ମଧ୍ୟାହ୍ନରେ ଦୁଇ ଦେଶର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଭୁବନେଶ୍ୱରରେ ପହଂଚିଛନ୍ତି ଉଭୟ ଦଳର ଖେଳାଳି ହୋଟେଲ ରୁମ ନ’ମିଳିବାରୁ ଖେଳାଳିମାନେ ଗତକାଲି ଆସିପାରିନଥିଲେ । ଫଳରେ ପୁନେରେ ଉଭୟ ଦଳ ଅଭ୍ୟାସ କରିଛନ୍ତି । ପଦାରେ ପଡିଛି ପରିଚାଳନାଗତ ତ୍ରୁଟି । କାହିଁକି ଠିକ୍ ସମୟରେ ଦୁଇଦଳର ଖେଳାଳିଙ୍କୁ ହୋଟେଲ ଯୋଗାଇ ଦିଆଗଲା ନାହିଁ ଏନେଇ ପ୍ରଶ୍ନ ଉଠିଛି । ଏହା କ୍ରିକେଟପ୍ରେମୀଙ୍କୁ କ୍ଷୁବ୍ଧ କରିଛି ।

ଖେଳାଳିମାନଙ୍କ ପାଇଁ ବିମାନବନ୍ଦରରୁ ହୋଟେଲ ପର୍ୟ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍କୁ ସିଲ୍ କରି ଦିଆଯିବ । ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁଯାୟୀ ଖେଳାଳିମାନଙ୍କୁ ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ଭିତରେ ଏଜି ଛକ, ରାଜଭବନ ଛକ ଦେଇ ସିଧା ମେ’ଫେୟାର ହୋଟେଲ ନିଆଯିବ । ସେଠାରେ କିଛି ସମୟ ବିଶ୍ରାମ କରିବେ ଉଭୟ ଦଳର ଖେଳାଳି । ପରେ ସେମାନଙ୍କୁ ବାରବାଟୀ ଷ୍ଟାଡିୟମକୁ ନିଆଯିବ ।

ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇ ଦଳ ବାରବାଟୀରେ ଅଭ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି । ତେବେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ମକଡ୍ରିଲ୍ କରାଯାଇଛି । ଏଥିପାଇଁ ମେ’ଫେୟାର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।