ସାର୍କ ସମ୍ମିଳନୀକୁ ଯିବେନି ପ୍ରଧାନମନ୍ତ୍ରୀ । ପାକ୍ ନିମନ୍ତ୍ରଣଙ୍କୁ ପ୍ରତ୍ୟାଖ୍ୟାନ କଲା ଭାରତ

୨୦୧୬ରେ ପାକିସ୍ତାନରେ ଆୟୋଜନ ଯୋଗୁଁ ବାତିଲ ହୋଇଥିଲା ସମିଟ

162

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନର ନିମନ୍ତ୍ରଣକୁ ପ୍ରତ୍ୟାକ୍ଷାନ କଲା ଭାରତ । ଇସାଲାମାବାଦରେ ହେବାକୁ ଥିବା ସାର୍କ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିବାକୁ ଇଚ୍ଚା ପ୍ରକାଶ କରିଥିଲା । ପାକିସ୍ତାନ ବୈଦେଶି ମନ୍ତ୍ରାଳୟ କହିବା ଆଧାରରେ ଡନ୍ ଖବରକାଗଜରରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହି ନିମନ୍ତ୍ରଣକୁ ଭାରତ ପକ୍ଷରୁ ପ୍ରତ୍ୟାକ୍ଷାନ କରାଯାଇଥିବା ସୂଚନା ମିଳିଛି । ପାକ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମୋହମ୍ମଦ ଫୈଜଲଙ୍କ ବୟାନକୁ ଆଧାର କରି ଡନରେ ଖବର ପ୍ରକାଶ ପାଇଥିଲା ।

ଯେଉଁଥିରେ ସାର୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସଲାମାବାଦ ଆସିବାକୁ ନିମନ୍ତ୍ରଣ କରାଯିବ ବୋଲି ମୋହମ୍ମଦ ଫୈଜଲ କହିଥିଲେ । ୨୦୧୬ରେ ଜମ୍ମୁକଶ୍ମୀର ଉରି ସ୍ଥିତ ସେନା କାର୍ଯ୍ୟାଳୟ ଉପରେ ଆକ୍ରମଣ ପରେ ପାକିସ୍ତାନରେ ହେବାକୁ ଥିବା ସାର୍କ ସମ୍ମିଳନୀକୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ର ବାସନ୍ଦ କରିଥିଲେ । ଫଳରେ ଏହା ବାତିଲ ହୋଇଥିଲା । ପୁଣିଥରେ ପାକିସ୍ତାନ ଏହି ସମ୍ମିଳନୀ ଅୟୋଜନ କରିବାକୁ ଯାଉଛି ।

ଏହି ଅବସରରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ, ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଇସଲାମାବାଦ ତତ୍ପର । କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ତାଙ୍କର ପ୍ରଥମ ବାର୍ତାରେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲାଗି ଯଦି ଭାରତ ଗୋଟିଏ ପାଦ ଆଗକୁ ଆସେ ତେବେ ପାକିସ୍ତାନ ଦୁଇ ପାଦ ଆଗକୁ ଯିବ ।