ମୁମ୍ବାଇରେ ବିରାଟ ବାହିନୀର ଦମଦାର ବିଜୟ : ଗୋଟିଏ ଇନିଂସ ଓ ୩୬ରନରେ ଜିତିଛି ଭାରତ

22

କନକ ବ୍ୟୁରୋ : ଇଂଲଣ୍ଡ ବିରୋଧରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଗୋଟିଏ ଇନିଂସ ଓ ୩୬ରନରେ ଜିତିଛି ଭାରତ । ୫ଟିକିଆ ଟେଷ୍ଟ ସିରିଜରେ ୩-୦ରେ ଆଗୁଆ ରହିଛି ଭାରତ । ଆର୍ ଅଶ୍ୱିନଙ୍କୁ ୬ଟି ୱିକେଟ, ରବିନ୍ଦ୍ର ଜାଡେଜାଙ୍କୁ ୨ଟି ୱିକେଟ ଓ ଜୟନ୍ତ ଯାଦବ ଓ ଭୁବନେଶ୍ୱର କୁମାରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ପ୍ରଥମ ଇନିଂସରେ ଇଂଲଣ୍ଡର ୪୦୦ରନର ଜବାବରେ ଭାରତ ୬୩୧ରନ୍ ସଂଗ୍ରହ କରିଥିଲା । ଏହାସହ ଭାରତ ୨୩୧ରନ୍ ଆଗୁଆ ଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୫ରନରେ ସମସ୍ତ ୱିକେଟ ହରାଇଥିଲା । ୨ଶତକ ହାସଲ କରିଥିବା ବିରାଟ କୋହଲୀଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ମିଳିଛି । ମ୍ୟାଚରେ ଅଶ୍ୱିନୀ୧୨ଟି ଓ ଜାଡେଜା ୬ଟି ୱିକେଟ ହାସଲ କରିଥିଲେ । ଚେନ୍ନାଇରେ ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ ।