ଭଞ୍ଜକଳା ମଣ୍ଡପରେ ଗୋଟିଏ ମଂଚରେ ଦେଖିବାକୁ ମିଳିବ ଦେଶର ୮ଟି ଶାସ୍ତ୍ରୀୟ ନୃତ୍ୟ !

29

କନକ ବ୍ୟୁରୋ : ଆସନ୍ତାକାଲି ଭଞ୍ଜକଳା ମଣ୍ଡପରେ ଗୋଟିଏ ମଂଚରେ ଦେଖିବାକୁ ମିଳିବ ଦେଶର ୮ଟି ଶାସ୍ତ୍ରୀୟ ନୃତ୍ୟ । ଏହି ନୃତ୍ୟ ଶିଳ୍ପୀଙ୍କୁ ଇଣ୍ଡିଆନ୍ ଡାନ୍ସ ଏକାଡେମୀ ପକ୍ଷରୁ ଦିଆଯିବ ସମ୍ମାନଜନକ କଳାଶ୍ରୀ ସମ୍ମାନ ୨୦୧୭ । ଏହି ସମ୍ମାନ ପାଇବେ ଭାରତନାଟ୍ୟମରେ ସୁଦୀପା ବୋଷ, କଥକରେ ବିହାରର ରାଜୀବ ରଂଜନ, କଥକଳିରେ କେ ସିଜୁ କୁମାର. ଓଡିଶୀରେ ହିମାଂଶୁ ଶେଖର ନାୟକ, କୁଚିପୁଡିରେ କେଭି ଲକ୍ଷ୍ମୀ, ସତ୍ରିୟାରେ ଆସାମର ସଙ୍ଗିତା ଲେହକଡ, ମୋହିନି ନାଠ୍ୟମରେ ରାଧିକା କୁଲାରାୟା, ମଣିପୁରୀରେ ଶ୍ରୁତି ବନ୍ଦୋପାଧ୍ୟାୟ ଏବଂ ଓଡିଶା କଣ୍ଠଶୀଳ୍ପୀ ଆଚାର୍ଯ୍ୟ ସୀମାଂଚଳ ଦାଶ । ଓଡିଶାରେ ପ୍ରଥମ ଥର ପାଇଁ ଏପରି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।