କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ସମ୍ଭାବନା ବଢିଯାଇଥିବା ଚୀନ ବିଶେଷଜ୍ଞ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବୟାନ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସମ୍ଭାବନାକୁ ବଢାଇ ଦେଇଛି ବୋଲି ଚୀନ ବିଶେଷଜ୍ଞ କହୁଥିବା ନେଇ ରିପୋର୍ଟ ପ୍ରକାଶ କରିଛି ଚୀନ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ । ଭାରତ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ମନ୍ତବ୍ୟ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ସମ୍ଭାବନାକୁ ବଢାଇ ଦେଇଛି ବୋଲି ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ଟାଇମ୍ସ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେକୌଣସି ପରିସ୍ଥିିତିର ସମ୍ମୁଖିନ ହେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ । ୧୯୬୨ଯୁଦ୍ଧ ଭାରତକୁ ବହୁ ଶିକ୍ଷା ଦେଇଛି । ଫଳରେ ଭାରତ ନିଜ ସେନାକୁ ଯେକୌଣସି ଧମକର ମୁକାବିଲା କରିବାକୁ ଶକ୍ତିଶାଳୀ କରିଛି ବୋଲି କହିଥିଲେ ଜେଟଲୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ବୟାନରୁ ଜଣାପଡୁଛି ଯେ, ଚୀନକୁ ସଂଘର୍ଷ ପାଇଁ ଉସକାଉଛି ଭାରତ । ଏହାସହ ଏହା ସଂଘର୍ଷର ସମ୍ଭାବନାକୁ ବଢାଇ ଦେଉଥିବା ଚୀନ ବିଶେଷଜ୍ଞ କହିଛନ୍ତି । ଏହାସହ ଭାରତ ଉପରେ ଚାପ ପକାଇବା ଚୀନ ବଜାୟ ରଖୁ ବୋଲି ବିଶେଷଜ୍ଞ କହିଛନ୍ତି ।
ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ, ୧୯୬୨ ଯୁଦ୍ଧ ବେଳେ ଭାରତୀୟ ସେନା ସଙ୍ଗଠିତ ନଥିଲା । ଆବଶ୍ୟକ ଅସ୍ତ୍ରଶସ୍ତ୍ର ନଥିଲା ଓ ସଂଖ୍ୟାବଳର ଅଭାବ ଥିଲା । ଏହାସହ ଏହି ଯୁଦ୍ଧ ଭାରତକୁ ସଶକ୍ତ ହେବାକୁ ଶିକ୍ଷା ଦେଇଥିଲା । ଫଳରେ ୧୯୬୫ ଓ ୧୯୭୧ରେ ଭାରତ ସେନାଶକ୍ତିର ଉପଯୁକ୍ତ ପରିଚୟ ଦେଇଛି ବୋଲି ରାଜ୍ୟସଭାରେ କହିଥିଲେ ଅରୁଣ ଜେଟଲୀ ।