ମୋଦିଙ୍କ ପାଇଁ ସବୁଠାରୁ ବଡ଼ ବିଜୟ, ଡୋକଲାମ ମାମଲାର ସମାଧାନ ! ଚୀନକୁ ହେଲା ୫ଟି ବଡ଼ ରାଜନୈତିକ କ୍ଷତି

80

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବରରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନ ଯିବେ । ଆଉ ଏହି ଗସ୍ତ ପୂର୍ବରୁ ୨ ମାସ ଧରି ଚାଲୁଥିବା ଡୋକଲାମ ବିବାଦର ସମାଧାନ ହୋଇଯାଇଛି । ଭାରତ ଓ ଚୀନ ସେନା ଡୋକଲାମ ଅଞ୍ଚଳରୁ ନିଜର ସେନା ପ୍ରତ୍ୟାହାର କରି ନେଇଛନ୍ତି । ଆଉ ଏହି ସମସ୍ୟାର ସମାଧାନ ପରେ ଉଭୟ ଦେଶର କଥା କଟାକଟି ମଧ୍ୟ ବନ୍ଦ ହୋଇଯାଇଛି । ଲଗାତାର ଭାବେ ଭାରତକୁ ଯୁଦ୍ଧ ପାଇଁ ଧମକ ଦେଉଥିବା ଚୀନ, ଭାରତର କଥା ମାନି ବିବାଦୀୟ ଅଞ୍ଚଳରୁ ସେନା ହଟାଇ ନେବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ବଡ଼ ବିଜୟ ସାବ୍ୟସ୍ତ ହୋଇଛି । ଆଉ ଚୀନ ପାଇଁ ବଡ଼ ପରାଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏଥିଯୋଗୁଁ ଚୀନର କ’ଣ କ’ଣ କ୍ଷତି ହେଉଛି, ଆସନ୍ତୁ ତା’ଉପରେ ନଜର ପକାଇବା –

୧. ବିଶ୍ୱସ୍ତରରେ ଚୀନର ଛବି ମଳିନ ପଡ଼ିଛି – ଡୋକଲାମ ବିବାଦରେ ଭାରତକୁ ଯେତିକି ଲାଭ ମିଳିଛି, ଚୀନ ସେତିକି କ୍ଷତିଗ୍ରସ୍ତ ହୋଇଛି । ନିଜକୁ ଗ୍ଲୋବାଲ ଲିଡ଼ର ପାଇଁ ପ୍ରସ୍ତୁତ କରୁଥିବା ଚୀନର ଛବି ଉପରେ ଡୋକଲାମ ମାମଲା କୁପ୍ରଭାବ ପକାଇଛି ।

୨. ଅଧିକ ସମାଲୋଚକ ସାମ୍ନାକୁ ଆସିଛନ୍ତି- ଡୋକଲାମ ମାମଲାରେ ବହୁତ କମ ଦେଶ ଚୀନର ସମର୍ଥନ କରିଥିଲେ । ଅନେକ ଦେଶ ଭାରତ ପକ୍ଷରେ ଯିବା ସହ ଚୀନକୁ ନିନ୍ଦା କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଡୋକଲାମ ବିବାଦ ଯୋଗୁଁ ଅନେକ ଦେଶ ଚୀନ ବିରୋଧରେ ହୋଇଗଲେ ।

୩. ସୀମାରେ ଭାରତୀୟ ସେନାର ସ୍ଥିତି ମଜଭୁତ ରହିଲା- ଡୋକଲାମ ବିବାଦରେ ଚୀନ ସେନା ପଛକୁ ହଟିବାପର ଆଉ ଏକ ବଡ଼ କାରଣ ହେଲା ସେଠାରେ ଭାରତୀୟ ସେନା ମହଭୁତ ସ୍ଥିତିରେ ଅଛି । ଏହା ବ୍ୟତୀତ ଭାରତ ସଂଲଗ୍ନ ଅଞ୍ଚଳରେ ନିଜ ସେନାର ମୁତୟନ କରିଛି । ତେବେ ଏହି ମାମଲାର ସମାଧାନ ପରେ ଲଦାଖ, ସିକ୍କିମ, ଉତ୍ତରାଖଂଡ଼, ଅରୁଣାଚଳପ୍ରଦେଶ ପରି ସ୍ଥାନରେ ଭାରତୀୟ ସେନା ନିଜର ସ୍ଥିତିକୁ ଅଧିକ ମହଭୁତ କରିଛି ।

୪. ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ଉପରେ ଏବେ ପ୍ରଶ୍ନ ଉଠିବ – ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଏବେ ରାଷ୍ଟ୍ର୍ରପତି ରୂପରେ ଦ୍ୱିତୀୟ ଥର କାର୍ଯ୍ୟକାଳର ପ୍ରସ୍ତୁତି କରୁଛନ୍ତି । ଯଦି ସେ ଏହି ମାମଲାରେ ଭାରତକୁ ହରାଇପାରିଥାନ୍ତେ, ତେବ ନିଜ ପାର୍ଟି ସମ୍ମୁଖରେ ତାଙ୍କର ଦବଦବା ରହିଥାନ୍ତା । କିନ୍ତୁ ସେପରି ହୋଇପାରିଲା ନାହିଁ । ଡୋକଲାମ ମାମାଲା ଜି ଜିନପିଙ୍ଗଙ୍କ ଉପରେ ପ୍ରଶ୍ନ ଉଠାଇପାରେ ।

୫. ସୁରକ୍ଷା ପରିଷଦରେ ସୁଧାର ପାଇଁ ଭାରତକୁ ମିଳିବ ବଳ – ଚୀନ ଲଗାତାର ଭାବେ ସୁରକ୍ଷା ପରିଷଦରେ ଭାରତ ଉପରେ ପ୍ରଶ୍ନ ଉଠାଇଛି । ଆଉ ଭାରତ ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦରେ ନିଜର ସ୍ଥାନ ପାଇଁ ଦାବି କରଆସୁଛି । କିନ୍ତୁ ଏଥିରେ ଭାରତ ସଫଳ ହୋଇପାରି ନାହିଁ । ଡୋକଲମା ବିବାଦ ଉପରେ ଭାରତ ଦମ୍ଭୋକ୍ତି ସଂଯମ ଯୋଗୁଁ ପୁରା ଦୁନିଆରେ ଭାରତର ପକ୍ଷ ମହଜଭୁତ ହୋଇଛି । ଦୁନିଆରେ ଅନେକ ଦେଶ ଭାରତକୁ ଡୋକଲାମ ମାମଲାରେ ସମର୍ଥନ ମଧ୍ୟ ଜଣାଇଛନ୍ତିି ।

ମୋଦିଙ୍କ ସବୁଠାରୁ ବଡ଼ ବିଜୟ-
୧. ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତର ବଡ଼ ବିଜୟ – ସର୍ଜିକାଲ ଷ୍ଟ୍ରାଇକ ଭାରତ ମୋଦିଙ୍କ ପାଇଁ ଏକ ଐତିହାସିକ ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଚୀନ ପରି ବଡ଼ ଦେଶ ଆଗରେ ଭାରତ ସେନା ନିଜର ଦମ ଦେଖାଇବା ନିହାତି ଏକ ବଡ଼ କଥା । ରକ୍ଷାମନ୍ତ୍ରୀ ଅରୁଣ ଜେଟଲୀ ଚୀନକୁ ଡୋକଲାମ ବିବାଦ ଉପରେ କହିଥିଲେ, ଭାରତ ଏବେ ୧୯୬୨ ହାଲତରେ ନାହିଁ । ଆଉ ଭାରତୀୟ ସେନାର ପ୍ରଭାବ ସୀମାରେ ମଧ୍ୟ ଦେଖିବା ପାଇଁ ମିଳୁଛି ।

୨. ବିଜୟ ସହ ବିଦେଶୀ ନୀତି ପ୍ରଭାବିତ ହୋଇଛି – ୨୦୧୪ରେ ଶାସନରେ ଆସିବା ପରେ ମୋଦି ବିଦେଶୀ ନୀତିର ରୂପରେଖ ପୁରାପୁରି ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଦେଶର ନେତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବଢ଼ାଇବା ସହ ଅନେକ ଦେଶ ସହ ସୁସମ୍ପର୍କ ସ୍ଥାପନ ହୋଇପାରିଛି । ମୋଦି ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଡାକି ଭାରତରେ ଅଭ୍ୟର୍ଥନା ଜଣାଇଥିଲେ, ତଥାପି ଚୀନ ଭାରତକୁ ଧୋକ୍କା ଦେଇଥିଲା । ତେବେ ପଡୋଶୀ ଦେଶର ଏପରି ପଦକ୍ଷେପରେ ଚୀନକୁ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଡୋକଲାମରୁ ଚୀନ ସେନା ପ୍ରତ୍ୟାହରରୁ ଲାଗୁଛି ମୋଦିଙ୍କ ବିଦେଶୀ ନୀତି ସଫଳ ହୋଇଛି । ଏହା ବ୍ୟତୀତ ଚୀନର ବନ୍ଧୁ ଦେଖେଇ ହେଉଥିବା ପାକିସ୍ତାନକୁ ମଧ୍ୟ ବିଦେଶୀ ନୀତି ଜରିଆରେ ଶକ୍ତ ଝଟକା ଲାଗିଛି । ଏବେ ଆମେରିକା ଲଗାତାର ଭାବେ ପାକିସ୍ତାନ ଉପରେ କଡ଼ା ମତ ପୋଷଣ କରୁଛି, ଯାହା ପାକିସ୍ତାନ ପାଇଁ ଭଲ ସଙ୍କେତ ନୁହେଁ ।

୩. ଚୀନ ପରି ବଡ଼ ଦେଶ ସାମ୍ନାରେ ନିଜର ସ୍ଥିତି ବଜାୟ ରଖିବା ଯୋଗୁଁ ଅନ୍ୟ ଦେଶ ଆଗରେ ଭାରତର ଦବଦବା ବଢ଼ିଛି – ଚୀନ ଲଗାତାର ଭାରତର ପଡୋଶୀ ଦେଶ ଯେପରି ନେପାଳ, ଭୁଟାନ, ବଙ୍ଗଲାଦେଶ ପରି ଦେଶ ଗୁଡ଼ିକୁ ନିଜ ସପକ୍ଷରେ କରିବା ପାଇଁ ଚେଷ୍ଟା କରିଆସୁଛି । କିନ୍ତୁ ଭାରତ ଲଗାତାର ଉକ୍ତ ଦେଶ ଗୁଡ଼ିକୁ ସାହଯ୍ୟ କରି ଭାରତ ବିଶ୍ୱାସ ଦେଇଛି, ସେ ହିଁ ସେମାନଙ୍କର ପ୍ରକୃତ ବନ୍ଧୁ । ଏବେ ଯେତେବଳେ ଚୀନ ପରି ବଡ଼ ଦେଶକୁ ଭାରତ ଟକ୍କର ଦେଇଛି, ତେବ ଉକ୍ତ ଦେଶ ଗୁଡ଼ିକର ଭାରତ ପ୍ରତି ବିଶ୍ୱାସ ବଢ଼ିବ ।

୪. ଚୀନକୁ ବିପଦ ଭାବୁଥିବା ଦେଶ ମଧ୍ୟରେ ଭାରତର ସ୍ଥତିି ମଜଭୁତ ରହିଛି – ଭାରତ ବ୍ୟତୀତ ଆଉ ଅନେକ ଦେଶ ଅଛନ୍ତି, ଯେଉଁମାନେ ଚୀନର ବିସ୍ତାର ନୀତି ଯୋଗୁଁ ଚିନ୍ତାରେ ଅଛନ୍ତି । ଏବେ ଯେଉଁ ଦେଶ ଗୁଡ଼ିିକ ପାଇଁ ଚୀନ ବିପଦ ଥିଲା, ସେମାନେ ମଧ୍ୟ ଭାରତ ପକ୍ଷରେ ହୋଇଯିବେ । ଜାପାନ ପ୍ରଥମରୁ ଡୋକଲାମ ମାମଲାକୁ ନେଇ ଭାରତକୁ ଖୋଲାଖାଲି ସମର୍ଥନ କରୁଥିଲା । ଏହା ବ୍ୟତୀତ ଏବେ ଆମେରିକା, ଅଷ୍ଟ୍ରେଲିଆର ମଧ୍ୟ ଭାରତ ପକ୍ଷ ନେଉଛନ୍ତି ।