ଭାରତ ଓ ଚୀନ ସୀମାର ବିବାଦୀୟ ଅଞ୍ଚଳ ଡୋକଲାମରେ ଚୀନ ପକ୍ଷରୁ ସାମରିକ ଶକ୍ତି ବୃଦ୍ଧି : ଭାରତ କହିଲା ଏହା ଏକ ନିତିଦିନିଆ ପ୍ରକ୍ରିୟା !

28

କନକ ବ୍ୟୁରୋ : ଭାରତ ଓ ଚୀନ ସାମୀରେ ଥିବା ବିବାଦୀୟ ଅଞ୍ଚଳ ହେଉଛି ଡୋକଲାମ । ପ୍ରତ୍ୟେକ ସମୟରେ ଚୀନ ଏଠାରେ ସୀମା ନିକଟରେ ଭାରତ ଆଡକୁ ମାଡିଆସୁଥିବା ନେଇ ଅନେକ ସମୟରେ ଖବର ପ୍ରକାଶ ପାଏ । ତେବେ ଗତ କିଥି ଦିନ ତଳେ ମଧ୍ୟ ଚୀନ ଭାରତ ସୀମାକୁ ଘୋଡା ସାହାର୍ଯ୍ୟ ପଶିଆସୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମପେ ମଧ୍ୟ ଖବର ପ୍ରକାଶ ପାଇଥିଲା । ତେବେ ଉଭୟ ଦେଶ ଏନେଇ ଅନେକ ସମୟରେ ଆଲେଚନା ମଧ୍ୟ କରିଛନ୍ତି । ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଜିନପିଙ୍ଗ ସହ ମୋଦି ଆଲୋଚନା କରିଥିଲେ । ତେବେ ବର୍ତ୍ତମାନ ସମୟରେ ଡୋକଲାମ ସୀମାରେ ଚୀନ୍ ସାମରିକ କାର୍ଯ୍ୟକଳାପ ପ୍ରକ୍ରିୟା ବୃଦ୍ଧି କରିଚାଲିଥିଲେ ହେଁ ଭାରତ ପକ୍ଷରୁ ଏହାକୁ ନେଇ କୌଣସି ଚିନ୍ତା ପ୍ରକଟ କରାଯାଉ ନାହିଁ। ଏମିତି କି ଆମେରିକା ପକ୍ଷରୁ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଥିବା ବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଇତିମଧ୍ୟରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଡୋକଲାମରେ ଅଧିକ ସେନା ମୁତୟନ କରୁଥିବା ଖବର ମିଳିଛି।

 

ଡୋକଲାମ ଅଞ୍ଚଳରେ ଚୀନ୍ ଏହାର ଉପସ୍ଥିତିକୁ ଶକ୍ତିଶାଳୀ କରିବା ସକାଶେ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି। କିନ୍ତୁ ଭାରତୀୟ ସେନା ଏ ଖବରକୁ ମଧ୍ୟ ଗୁରୁତ୍ୱର ସହ ନେଇନାହିଁ। ବରଂ ଏହା ପିଏଲ୍ଏର ଏକ ନିୟମିତ ପ୍ରକ୍ରିୟା ବୋଲି ସେନା ସଫେଇ ଦେଇଛି। ଉଲ୍ଲେଖଥାଉ କି ଗତବର୍ଷ ୭୩ ଦିନ ଧରି ଉଭୟ ରାଷ୍ଟ୍ରର ସେନା ଡୋକଲାମ ସୀମାରେ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଏତେଦିନ ଧରି ଛକାପଞ୍ଝା ପରିସ୍ଥିତି ଉପୁଜିଥିଲା। କେଉଁ ମୁହୂର୍ତ୍ତରେ ଯୁଦ୍ଧ ହେବା ନେଇ ଆଶଙ୍କା ବି ଦେଖାଦେଇଥିଲା। ଏବେ ଚୀନ୍ ଏହାର ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ ହେଁ ଭାରତ ପକ୍ଷରୁ ଏହାର ମୁକାବିଲା ଲାଗି କୌଣସି ପ୍ରକାର ଉଦ୍ୟମ କରାଯାଇ ନାହିଁ। ଅନ୍ୟପକ୍ଷରେ ଏଭଳି ଘଟଣାକୁ ଏହା ଖଣ୍ଡନ କରିବା ଅନେକଙ୍କୁ ଚିନ୍ତାରେ ପକାଇଛି।ତେବେ ଭାରତ ଡୋକଲାମ ବାବଦରେ ଚୀନକୁ ମୁହଁତୋଡ ଯବାବ ଦେବା ଲାଗି ସୈନ୍ୟ ପୁରା ପ୍ରସ୍ତୁତ ଥିବା ନେଇ ବାରମ୍ବାର ପ୍ରତିରକ୍ଷା ଓ ଗୃହମନ୍ତ୍ରୀ କହନ୍ତି । କିନ୍ତୁ ବର୍ତ୍ତମାନ ଆମେରିକା ଭାରତକୁ ଡୋକଲାମ ବାବଦରେ ଅବଗତ କରିଥିଲେ ମଧ୍ୟ କାହିଁକି ଭାରତ କୈାଣସି ପଦକ୍ଷେପ ଗ୍ରହଣ କରୁନାହିଁ ତାହାର ଉତ୍ତର କାହା ପାଖରେ ନାହିଁ । ତେବେ ଚୀନ ଯଦି ଭାରତ ସୀମା ମଧ୍ୟକୁ ପଶିଆସେ ତେବେ ଭାରତର ଆଭିମୁଖ୍ୟ ଏବେ କିପରି ରହିବ ତାହା ଉପରେ ରହିଛି ନଜର ।