କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ଉତ୍ତେଜନା । ସିକିମକୁ ଲାଗିଥିବା ସୀମାରେ ଦୁଇଦିନ ହେଲା ଦାଦାଗିରି ଚଳାଇଛି ଚୀନ । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିିତ ସୃଷ୍ଟି ହୋଇଛି । ଉତେଜନାପୂର୍ଣ୍ଣ ସ୍ଥିତିକୁ ନଜରରେ ରଖି ସୀମାରେ ଉଭୟ ଭାରତ ଓ ଚୀନ ସେନା ପକ୍ଷରୁ ୩ ହଜାର ଟ୍ରୁପ୍ ମୁତୟନ କରାଯାଇଛି । ଭାରତୀୟ ସେନା ପକ୍ଷରୁ ସିକିମ୍-ଭୁଟାନ-ତିବତ୍ ସୀମାରେ ଯବାନମାନଙ୍କୁ ମୁତୟନ କରାଯାଇଛି । ସୀମାରେ ଚୀନର ଦାଦାଗିରି ଯୋଗୁଁ ଉଭୟ ଦେଶର ଫ୍ଲାଗ୍ ମିଟିଂ ସହ ଅନ୍ୟାନ୍ୟ ଆଲୋଚନା ବନ୍ଦ ରହିଛି ।

ଗତକାଲି ସିକିମ୍ ଗସ୍ତ କରିିଥିଲେ ସେନା ମୁଖ୍ୟ ବିପିନ ରାୱତ । ବିପିନ ରାୱତ ସିକିମ ସୀମାର ଫରୱାର୍ଡ ପୋଷ୍ଟ ଯାଇ ସିନିୟର ଅଫିସରଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସିକିମକୁ ଲାଗିଥିବା ସୀମାରେ ଗଲା କିଛି ଦିନର ହେବ ଚୀନ ଦାଦାଗିରି କରୁଛି । ଏପିରିକି କୈଳାସ ମାନସରୋବର ଯାତ୍ରାକୁ ମଧ୍ୟ ରୋକିଦେଇଛି ଚୀନ । ସେପଟେ ଚୀନ କହୁଛି ଭାରତୀୟ ସେନା ଚୀନ ସୀମାରେ ପଶି ସୈନିକ ନିର୍ମାଣ କରୁଥିବା ରାସ୍ତାକାମ ବନ୍ଦ କରୁଛନ୍ତି ।