ପାକିସ୍ତାନକୁ ଆତଙ୍କୀ ମୂଳପୋଛର ଟ୍ରେଲର୍ ଦେଖାଇଲେ ମୋଦି : ପିଓକେରେ ପଶି କମାଣ୍ଡୋ କଲେ ସର୍ଜିକାଲ୍ ଷ୍ଟ୍ରାଇକ୍

34

କନକ ବ୍ୟୁରୋ : ପାକିସ୍ତାନକୁ ଭାରତର କଡା ଜବାବ । ଗୁଳି ବଦଳରେ ଗୁଳି । ପାକ୍ ସୀମାରେ ପଶି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା କରିଛି ସର୍ଜିକାଲ ଷ୍ଟ୍ରାଇକ୍। ଭାରତରେ ଅନୁପ୍ରବେଶ କରିବାକୁ ପିଓକେରେ ଆତଙ୍କବାଦୀ ଯୋଜନା କରୁଥିବା ଖବର ପାଇ ଆକ୍ରମଣ କରିଛି ଭାରତ । ପିଓକେରେ ପଶି ଭାରତୀୟ ସେନା କରିଛି ମିଡ୍ ନାଇଟ୍ ଅପରେସନ୍ । ଭାରତୀୟ କମାଣ୍ଡୋଙ୍କ ଆକ୍ରମଣରେ ୭ଟି ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଯାଇଛି । ସେନା ଗୁଳିରେ ୩୮ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ ଆଜି ଡିଜିଏମ୍ଓ ରଣବୀର ସିଂହ ସୂଚନା ଦେଇଛନ୍ତି ।

ସର୍ଜିକାଲ ଷ୍ଟ୍ରାଇକ୍ କ’ଣ ?

– ଶତ୍ରୁ ପକ୍ଷ ସୀମାରେ ପଶି ନିର୍ଦ୍ଦିଷ୍ଟ ଅଂଚଳରେ ସାମରିକ କାର୍ଯ୍ୟାନୁଷ୍ଠାନ ହେଉଛି ସର୍ଜିକାଲ ଷ୍ଟ୍ରାଇକ୍

– ସର୍ଜିକାଲ ଷ୍ଟ୍ରାଇକରେ କିଛି ନିର୍ଦ୍ଦିଷ୍ଟ ଠିକଣା ଉପରେ ହିଁ ଆକ୍ରମଣ ହୋଇଥାଏ

– ସାଧାରଣ ଧନ ଜୀବନ ଉପରେ କ୍ଷତି ନପହଂଚାଇ ଶତ୍ରୁଙ୍କ ନିର୍ଦ୍ଦିଷ୍ଟ ଠିକଣା ଉପରେ ଆକ୍ରମଣ ହୁଏ

– ଶତ୍ରୁ କିମ୍ବା ଆତଙ୍କବାଦୀଙ୍କ ସଠିକ୍ ତଥ୍ୟ ଜାଣିବା ପରେ ହିଁ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥାଏ

– ବଛା ବଛା ଯବାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇ ଏହି ଅପରେସନରେ ସାମିଲ କରାଯାଏ

– ସର୍ଜିକାଲ ଷ୍ଟ୍ରାଇକ୍ ଏକ ଗୋପନୀୟ ଅପରେସନ୍ । କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଏନେଇ ଅବଗତ ଥାନ୍ତି

କେମିତି ହୁଏ ସର୍ଜିକାଲ ଷ୍ଟ୍ରାଇକ୍? ଦେଖନ୍ତୁ ଏହି ଭିଡିଓ :