ସାବଧାନ ଚୀନ, ହୁସିଆର ପାକିସ୍ତାନ! ଭାରତକୁ ନୂଆ ବ୍ରହ୍ମାସ୍ତ୍ର ଦେବ ରୁଷିଆ, ଶତ୍ରୁପକ୍ଷର ମିସାଇଲକୁ ଆକାଶରେ ହିଁ କିଛି ସେକେଣ୍ଡରେ କରିଦେବ ପାଉଁଶ

39

ଚୀନ୍ ଓ ପାକିସ୍ତାନ ଭଳି ପଡୋଶୀ ରାଷ୍ଟ୍ରକୁ କଡା ଚ୍ୟାଲେଞ୍ଜ ଦେବ ଭାରତ । ଦିଲ୍ଲୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ଚୁକ୍ତି । ଆମେରିକାର ଧମକକୁ ବେଖାତିର କରି ରୁଷିଆର ଏସ୍-୪୦୦ ଆଂଟି ମିସାଇଲ୍ ସିଷ୍ଟମ କିଣିବ ଭାରତ । ଏଥିପାଇଁ ରୁଷ୍ ଓ ଭାରତ ମଧ୍ୟରେ ୪୦ ହଜାର କୋଟି ଟଙ୍କାର ଡିଲ୍ ହୋଇଛି । ବିଶ୍ୱର ଏହି ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମ, ଭାରତ ପାଇଁ ସାଜିବ ରକ୍ଷା କବଚ । ୪୦୦ କିଲୋମିଟର ଦୂରତା ଭିତରେ ଯେକୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଅକାମୀ କରିଦେବ ଏହି ଆଣ୍ଟି ମିସାଇଲ୍ ସିଷ୍ଟମ ।

ଭାରତ କିଣିବ ରୁଷିଆର ଏସ୍ ୪୦୦ ଆଣ୍ଟି ମିସାଇଲ୍ ସିଷ୍ଟମ୍ । ଏ ଏପରି ଏକ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା ଯାହା ଦେଶକୁ ରଖିବ ଶକ୍ତ ସୁରକ୍ଷା ବଳୟ ଭିତରେ । ବର୍ତମାନ ବିଶ୍ୱର ସବୁଠୁ ଆଧୁନିକ ହେଉଛି ଏସ୍-୪୦୦ ଟ୍ରମ୍ଫ୍ । ସୁପରସୋନିକ୍ ଓ ହାଇପରସୋନିକ୍ ବେଗରେ କାମ କରିବ ଏହି ଆଣ୍ଟି ମିସାଇଲ୍ ଡିଫେନ୍ସ ସିଷ୍ଟମ୍ । ନିମିଷକ ମଧ୍ୟରେ ଭୂପୃଷ୍ଠରୁ ଆକାଶକୁ ଚିରି ଶକ୍ତିଶାଳୀ ମିସାଇଲକୁ ମିଳାଇଦେବ । ଏପରି ସୁରକ୍ଷା ବଳୟ ହାସଲ ପାଇଁ ଦିଲ୍ଲୀର ହାଇଦ୍ରାବାଦ୍ ହାଉସରେ ରୁଷ୍ ରାଷ୍ଟ୍ରପତି ପୁତିନ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ଚୁକ୍ତି । ଆମେରିକା ଧମକକୁ ବେଖାତିର କରି ରୁଷିଆର ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ କିଣିବ ଭାରତ । ଭାରତକୁ ୫ଟି କ୍ଷେପଣାସ୍ତ୍ର ବିଧ୍ୱଂସକ ବିକ୍ରି କରିବ ରୁଷ । ଯାହାର ମୂଲ୍ୟ ପ୍ରାୟ ୪୦,୦୦୦ କୋଟି ଟଙ୍କା ।

କାହିଁକି ଜରୁରୀ ଏସ୍-୪୦୦ ମିସାଇଲ୍ ବିଧ୍ୱଂସକ?
– ଚୀନ ଓ ପାକିସ୍ତାନର ଲଢୁଆ ବିମାନ ଓ କ୍ଷେପଣାସ୍ତ୍ରର କରିବ ସଫଳ ମୁକାବିଲା
– ୪୦୦ କିଲୋମିଟର୍ ଦୂରତା ଭିତରେ ଯେକୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଅକାମୀ କରିପାରିବ ଏହି ଆଂଟି ମିସାଇଲ୍ ସିଷ୍ଟମ୍
– ଶତ୍ରୁପକ୍ଷର ମିସାଇଲ, ଲଢ଼ୁଆ ବିମାନ୍ ଓ ଡ୍ରୋନକୁ ଏହା ଠାବ କରିବା ସହ ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସ ମଧ୍ୟ କରିପାରିବ

– ଏକାବେଳେ ୩୦୦ ରାଡାରକୁ ଚିହ୍ନଟ କରିବାରେ ଏହା ସକ୍ଷମ

– ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏସ୍-୪୦୦ ସିଷ୍ଟମ୍ ହେଉଛି ସବୁଠୁ ଶକ୍ତିଶାଳୀ ଓ ଆଧୁନିକ କ୍ଷେପଣାସ୍ତ୍ର ବିଧ୍ୱଂସକ ବ୍ୟବସ୍ଥା

ରୁଷ୍ ସହାୟତାରେ ଦେଶର ସବୁ ଅଂଚଳକୁ ସୁରକ୍ଷିତ ରଖିବା ଦିଗରେ ଆଉ ଏକ ପାଦ ଆଗକୁ ଯାଇଛି ଭାରତ । ଚୀନ ଓ ପାକିସ୍ତାନ ପରି ଶତ୍ରୁଙ୍କୁ କଡ଼ା ଚ୍ୟାଲେଂଜ ଦେବା ପାଇଁ ଦେବା ପାଇଁ ସମର୍ଥ ହେବ ଏହି ଅତ୍ୟାଧୁନିକ ଆଂଟି ମିସାଇଲ ବ୍ୟବସ୍ଥା । ଆମେରିକାର ଆଣ୍ଟି ମିସାଇଲ୍ ବ୍ୟବସ୍ଥାଠାରୁ ମଧ୍ୟ ଏହା ଅଧିକ ନିର୍ଭୁଲ ଓ ଶକ୍ତିସମ୍ପନ୍ନ । ଅବ୍ୟର୍ଥ ଏହାର ଟାର୍ଗେଟ ଭେଦ କରିବା ଶକ୍ତି ।