ମୋଦି ସରକାରଙ୍କ ମାଷ୍ଟରପ୍ଲାନ ! ପାକିସ୍ତାନକୁ ମିଳିବନି ଭାରତର ବୁନ୍ଦାଏ ପାଣି, ଜାଣନ୍ତୁ କଣ ରହିଛି ପୂରା ବ୍ଲୁପ୍ରିଣ୍ଟ

43

ଭାରତର ପାଣି ଆଉ ପାକିସ୍ତାନକୁ ଯିବନି । ଏନେଇ ଭାରତ ସରକାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ କହିବାନୁସାରେ ଭାରତର ତିନୋଟି ପ୍ରମୁଖ ନଦୀର ପାଣିକୁ ଏବେ ପାକିସ୍ତାନ ନେଇପାରିବ ନାହିଁ । ତାଙ୍କ ମତରେ ନଦୀର ପାଣିକୁ ବନ୍ଧ ମାଧ୍ୟମରେ ରୋକାଯିବ ଏବଂ ଏହି ପାଣିକୁ ହରିୟାଣାର ବିଭିନ୍ନ ଅଞ୍ଚଳରେ କୃଷି କ୍ଷେତ୍ରରେ ପ୍ରୟୋଗ କରାଯିବ । ଯାହାଦ୍ୱାରା ପାଣି ସମସ୍ୟା ମଧ୍ୟ ଦୂର ହେବ । ସେ କହିଛନ୍ତି ମୋଦି ସରକାର କୃଷକମାନଙ୍କୁ ଦେଇଥିବା କଥା ଅନୁଯାୟୀ, ଚାଷୀଙ୍କୁ ଫସଲର ଦେଢଗୁଣ ଅଧିକ ଦାମ ଦେବା କଥା ଖୁବଶୀଘ୍ର ସତ ହେବାକୁ ଯାଉଛି ।

ତିନି ନଦୀର ପାଣି ବହିଯାଇ ପାକିସ୍ଥାନକୁ ଯାଉଛି
ହରିଆଣାର ରୋହତକଠାରେ ଆୟୋଜିତ ତୃତୀୟ ଏଗ୍ରୀ ଲିଡରସିପ ସମିତିରେ ଗଡକରୀ କୃଷକଙ୍କୁ ସମ୍ବୋଧିତ କରି ଏ ବିଷୟରେ ସୂଚନା ଦେଇଥିଲେ ।ଗଡକରୀ କହିଥିଲେ ଯେ, ଖୁବଶୀଘ୍ର ଉତ୍ତରାଖଣ୍ଡଠାରେ ତିନୋଟି ନଦୀ ଉପରେ ବନ୍ଧ ନିର୍ମାଣ କାମ ଆରମ୍ଭ କରାଯିବ । ଏହାଫଳରେ ଭାରତ ଭାଗରେ ଆସୁଥିବା ପାଣି ପାକିସ୍ତାନକୁ ଯିବା ପୂର୍ବରୁ ଏହାକୁ ରୋକା ଯାଇାପାରିବ ଏବଂ କୃଷକ କ୍ଷେତରେ ଏହି ପାଣିକୁ ବ୍ୟବହାର କରିପାରିବେ । ଏବେ ଏହି ପାଣି ପାକିସ୍ତାନକୁ ବହିଯିବା ଫଳରେ ଭାରତ ଏହାର ବ୍ୟବହାର କରିପାରୁନାହିଁ ।

ଜଳ ସଂଶୋଧନ ଏବଂ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ମତରେ ଏହି ପାକିସ୍ତାନକୁ ବହି ଯାଉଥିବା ପାଣିକୁ ବନ୍ଧ ମାଧ୍ୟମରେ ଯମୁନା ନଦୀ ଦେଇ ହରିୟାଣା ଅଣାଯିବ । ଏହି ପାଣି ଭାରତକୁ ଆସିବା ପରେ ସିଞ୍ଚନ ବ୍ୟବସ୍ଥାରେ ଅସୁବିଧା ଉପୁଜିବ ନାହିଁ ଏବଂ ପାଣି ଅସୁବିଧା ମଧ୍ୟ ରହିବ ନାହିଁ । ଏହି ପାଣିକୁ ଅନ୍ୟ ରାଜ୍ୟକୁ ( ହରିୟାଣା ଓ ରାଜସ୍ଥାନ) ଯେପରି ନିଆଯାଇପାରିବ ସେନେଇ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି ।

ସିଞ୍ଚନ ସମସ୍ୟା ଦୂର ହେବ
ନିଜ ବକ୍ତବ୍ୟରେ ଗଡକରୀ କହିଥିଲେ ଦେଶ ବିଭାଜନ ସମୟରେ ଭାରତକୁ ତିନି ନଦୀ (ସତଲେଜ,ବ୍ୟାସ ଏବଂ ରାବୀ) ମିଳିଥିଲା ଏବଂ ପାକିସ୍ଥାନକୁ ତିନି ନଦୀ (ସିନ୍ଧୁ,ଝେଲମ,ଚେନାବ)ଆଦି ମିଳିଥିଲା । ଏହାପରେ ମଧ୍ୟ ଭାରତର ପାଣି ପାକିସ୍ତାନକୁ ଯାଉଛି । ତେଣୁ ଏହାକୁ ରୋକିବା ସହ ଏହାର ବ୍ୟବହାର ଯେପରି ଚାଷୀ ମାନେ କରି ପାରିବେ ସେ ନେଇ ସରକାର ନଦୀ ଉପରେ ବନ୍ଧ ବାନ୍ଧିବାକୁ ନିଷ୍ପତି ନେଇଛନ୍ତି । ଡିପ ଇରିଗେସନ ମାଧ୍ୟମରେ ଏହି ପାଣିକୁ କୃଷକ ବ୍ୟବହାର କରିପାରିବେ । ଯେଉଁଥିରେ ଅଧିକ ଫସଲ ଉତ୍ପାଦନ କରାଯାଇପାରିବ ।