ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି : ଭାରତରେ ଆରମ୍ଭ ହେବ ଉଡ଼ନ୍ତା ଟାକ୍ସି ସେବା, ଏକ ଘଂଟାର ରାସ୍ତାକୁ ଅତିକ୍ରମ କରିବା ପାଇଁ ଲାଗିବ ମାତ୍ର କିଛି ମିନିଟ୍

50

ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ସହରୀକରଣ, ଆଧୁନିକ ଜୀବନଶୈଳୀ ଯୋଗୁଁ ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଦେଶର ବିଭିନ୍ନ ବଡ଼ ବଡ଼ ସହର ମାନଙ୍କରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ଲାଗିରହେ । ସେଥିପାଇଁ ଲୋକେ ଅଫିସ୍ ଟାଇମର ଘଂଟାଏ ଆଗରୁ ଘରୁ ବାଧ୍ୟ ହୋଇ ବାହାରନ୍ତି । ଏପରି ଅସୁବିଧାରୁ ରକ୍ଷା ପାଇବା ପାଇଁ ଭାରତରେ ଆରମ୍ଭ ହେବ ଉଡ଼ନ୍ତା ଟାକ୍ସି ସେବା । ଉବର ଭାରତରେ ଏୟାର ଟାକ୍ସି ସେବା ଆରମ୍ଭ କରିବାପାଇଁ ଯାଉଛି । ଉଡ଼ନ୍ତା ଟାକ୍ସି ସେବା ଆରମ୍ଭ ହେବା ପରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ପରି ମହାନଗର ଗୁଡ଼ିକରେ ଟ୍ରାଫିକ ସମସ୍ୟାରୁ ରକ୍ଷା ମିଳିପାରିବ ।

ଉବର କହିବା ଅନୁସାରେ ଭାରତରେ ଏହି ପ୍ରମୁଖ ସହର ଗୁଡ଼ିକରେ ଭୀଷଣ ଟ୍ରାଫିକ ସମସ୍ୟା ଦେଖାଦିଏ । କିଛି କିଲୋମିଟର ଯାତ୍ରା କରିବା ପାଇଁ ଘଂଟା ଘଂଟା ସମୟ ଲାଗେ । ଉବର ଏହି ସେବା ଆରମ୍ଭ ହେବା ପରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଇଛି । ତେବେ ସହରର ଗୁଡ଼ିକର ଆକାର, ସେବା ଓ ଭୌଗଳିକ ପରିସ୍ଥିତିକୁ ନଜରରେ ରଖି ଉଡ଼ନ୍ତା ଟାକ୍ସି ସେବା ଆରମ୍ଭ କରାଯିବ ବୋଲି ଉବର ତରଫରୁ କୁହାଯାଇଛି ।

କମ୍ପାନୀ ୫ଟି ଦେଶରେ ଆଗ।ମୀ ୫ ବର୍ଷ ମଧ୍ୟରେ ଉବର ଏଲିଭେଟ୍ ପ୍ରୋଜେକ୍ଟ ନେଇକି ଆସିବ । ଏହି ଦେଶ ଗୁଡ଼ିକରେ ଭାରତ, ଅଷ୍ଟ୍ରେଲିଆ. ବ୍ରାଜିଲ, ଫ୍ରାନ୍ସ ସାମିଲ ଅଛନ୍ତି । ଏହି ଉଡ଼ନ୍ତା ଟାକ୍ସି ଜରିଆରେ ଏକ ଘଂଟାର ରାସ୍ତା ମାତ୍ର କିଛି ମିନିଟରେ ଭିତରେ ଅତିକ୍ରମ କରିପାରିବେ । ଟ୍ରାଫିକ ସମସ୍ୟା ରହିବ ନାହିଁ କି ଦୁର୍ଘଟଣାର ସମ୍ଭାବନା ମଧ୍ୟ କମିଯବ । ସୂଚନା ଅନୁସାରେ ୨୦୨୦ ପର୍ଯ୍ୟନ୍ତ ଏହି ସେବାର ପରୀକ୍ଷାମୂଳକ ଉଡ଼ାଣ ଆରମ୍ଭ ହେବ । ଏବଂ ୨୦୨୩ ବେଳକୁ ଆରମ୍ଭ ହୋଇଯିବ ଉଡ଼ନ୍ତା ଟାକ୍ସି ସେବା ।

ଏୟାର ଟାକ୍ସି ସେବାର ବିଷେଶତ୍ୱ କ’ଣ ରହିଛି ?
– ଟାକ୍ସିର ବେଗ ରହିବ ୩୦୦ କିମି ପ୍ରତି ଘଂଟା
– ୨୦୦୦ ଫୁଟ ଉଚ୍ଚରେ ଉଡ଼ିବ ଟାକ୍ସି
– ପାଇଲଟ୍ ବ୍ୟତୀତ ଚାରି ଜଣ ଲୋକ ଏହି ଟାକ୍ସିରେ ବସିପାରିବେ
– ରନୱ୍ୱେରେ ଉଡ଼ିବାର ଝନଝଡ଼ ରହିବ ନାହିଁ
– ଉଡ଼ାଣ ଓ ଅବତରଣ ଭର୍ଟିକାଲ ହେବ
– ସ୍ମାର୍ଟଫୋନ ଆପରେ ହେବ ବୁକିଂ