ପାକିସ୍ତାନକୁ ମାତ୍ ଦେଲା ଟିମ୍ ଇଣ୍ଡିଆ ! ଚାମ୍ପିୟନ୍ସ ଟ୍ରଫି ହକିରେ ୪-୦ରେ ପାକିସ୍ତାନକୁ ପରାସ୍ତ କଲା ଭାରତ

61

ପାକିସ୍ତାନକୁ ମାତ୍ ଦେଲା ଭାରତ । ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଶନିବାର ୪-୦ରେ ଚିର ପ୍ରତିନ୍ଦନ୍ଦୀ ପାକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ନେଦରଲାଣ୍ଡର ବେଦ୍ରା ସହରରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିରୋଧରେ ଏକ ତରଫା ବିଜୟ ହାସଲ କରିଛନ୍ତି। ଭାରତ ପକ୍ଷରୁ ରମଣଦୀପ ସିଂହ(୨୫ମିନିଟ), ମନ୍ଦୀପ ସିଂହ(୫୭ ମିନିଟ), ଦିଲପ୍ରୀତ ସିଂହ(୫୪ ମିନିଟ)ଓ ଲଲିତ ଉପଧ୍ୟାୟ(୫୯ମିନିଟ) ଗୋଲ ଦେଇଥିଲେ।

ଏସିଆ ଚମ୍ପିଅନ ଭାରତ ୩୬ ଥରରେ ଏପର୍ୟ୍ୟନ୍ତ ଗୋଟିଏ ବି ଚାମ୍ପିଅନ୍ସ ଟ୍ରଫି ଜିତି ପାରି ନାହିଁ ଓ ଏଥର ଟୁର୍ଣ୍ଣାମେଣ୍ଟର ଶେଷ ପର୍ୟ୍ୟାୟରେ ବିଜୟ ଉପଲବ୍ଧି ହାସଲ କରିବାକୁ ଚାହୁଛି। ଭାରତୀୟ ଟିମକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ ମିଳିଥିଲା। ଅଷ୍ଟ୍ରେଲିଆ ଠାରୁ ସୁଟଆଉଟ୍ ହେବା ପରେ ରୌପ୍ୟପଦକ ହାସଲ କରିଥିଲା। ଚାମ୍ପିୟନ୍ସ ଟ୍ରଫି ୧୯୭୮ ମସିହାରୁ ଆରମ୍ଭ ହୋଇଥିଲା । ଖେଳ ଆରମ୍ଭରୁ ପାକିସ୍ତାନ ବିପକ୍ଷରେ ଭାରତ ଫେଭରିଟ୍ ରହିଥିଲା । ଆଉ ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭାରତୀୟ ଖେଳାଳି ।