ଏସୀୟ କ୍ରୀଡ଼ା ୨୦୧୮ । ପାକିସ୍ତାନକୁ ୨-୧ ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ପଦକ ହାତେଇଲା ଭାରତୀୟ ହକି ଟିମ୍

66

କନକ ବ୍ୟୁରୋ: ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମକୁ ମିଳିଛି ବ୍ରୋଞ୍ଜ ପଦକ । ବିପକ୍ଷ ଦଳ ପାକିସ୍ତାନକୁ ୨-୧ ଗୋଲରେ ମାତ୍ ନେଇ ବ୍ରୋଞ୍ଜ ପଦକ ହାତେଇଲା ଭାରତୀୟ ପୁରୁଷ ହକି ଟିମ୍ । ତେବେ ଭାରତୀ ପୁରୁଷ ହକି ଟିମ୍ ରେ ସାମିଲ ଥିଲେ ଦୁଇ ଓଡିଆ ଖେଳାଳୀ । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ । ବର୍ତ୍ତମାନ ଏହି ବ୍ରୋଞ୍ଜ ପଦକକୁ ମିଶାଇ ଭାରତର ମୋଟ୍ ପଦକ ସଂଖ୍ୟା ୬୯ରେ ପହଁଚିଛି ।

ଆଜି ମଧ୍ୟାହ୍ନରେ ଭାରତକୁ ମିଳିଥିଲା ଦୁଇଟି ସ୍ୱର୍ଣ୍ଣ ପଦକ । ବକ୍ସିଂରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିଲେ ଅମିତ ପଘଂଲ ଏବଂ ପୁରୁଷ ବ୍ରିଜରେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାରଙ୍କୁ ସ୍ୱର୍ଣ୍ଣ ମିଳିଥିଲା । ପୁରୁଷ ୪୯ କେଜି ବର୍ଗ ବକ୍ସିଂ ଫାଇନାଲରେ ଉଜବେକିସ୍ତାନର ପ୍ରତିଦ୍ୱନ୍ଦୀ ଏଚ୍-ଦୁସ୍ମାତୋଭାଙ୍କୁ ହରାଇ ଅମିତ ସ୍ପର୍ଣ୍ଣ ପଦକ ହାତେଇଛନ୍ତି । ଏହାସହ ଭାରତ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛି ।

ସେହିପରି ପୁରୁଷ ବ୍ରିଜ୍ରେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ମଧ୍ୟ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ଏହାକୁ ମିଶାଇ ଭାରତ ଏବେ ୧୫ଟି ସ୍ୱର୍ଣ୍ଣ ପଦକ ୨୪ଟି ରୌପ୍ୟ ଏବଂ ୩୦ଟି ବ୍ରୋଂଜ ପଦକ ପ୍ରାପ୍ତ କରିଛି । ଫଳରେ ଭାରତର ମୋଟ୍ ପଦକ ସଂଖ୍ୟା ୬୯ରେ ପହଁଚିଥିବାବେଳେ ଏସିଆନ ଗେମ୍ସରେ ଭାରତ ଅଷ୍ଟମ ସ୍ଥାନରେ ରହିଛି ।