ଆଇସିସି ମହିଳା ବିଶ୍ୱ କପ୍ ! ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ଭାରତ

52

କନକ ବ୍ୟୁରୋ : ଆଇସିସି ମହିଳା ବିଶ୍ୱ କପର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ଭାରତ ୬ଷ୍ଠ ତଥା ଶେଷ ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୮୬ ରନରେ ପରାସ୍ତ କରି ବିଶାଳ ବିଜୟ ସହିତ ସେମିଫାଇନାଲକୁ ଯାଇଛି । ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍ ୨୫.୩ ଓଭରରେ ୭୯ ରନ ସଂଗ୍ରହ କରିବା ସହିତ ସମସ୍ତ ଓ୍ଵିକେଟ୍ ହରାଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ୍ ଟସ୍‌ ଜିଣି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା ।

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୨୬୫ରନ୍‌ ସଂଗ୍ରହ କରିଥିଲା । ଭାରତର ଅଧିନାୟିକା ମିତାଲି ରାଜନ ଦିନିକିଆ କ୍ୟାରିୟରର ୬ଷ୍ଠ ଶତକ (୧୦୯)ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ରାଜେଶ୍ୱରୀ ଗାୟକଓ୍ଵାଡ ୫ଟି ଓ୍ଵିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ୨ଟି ଓ୍ଵିକେଟ ନେଇଥିଲେ । ସେହିପରି ଝୁଲନ ଗୋସ୍ୱାମୀ, ଶିଖା ପାଣ୍ଡେ ଓ ପୁନମ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।