କାନପୁରରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ

26

କନକ ବ୍ୟୁରୋ : ଟିମ୍ ଇଣ୍ଡିଆ ପାଇଁ ଐତିହାସିକ ବିଜୟ । ୫୦୦ତମ ଟେଷ୍ଟରେ କାନପୁରରେ ନ୍ୟୁଜିଲାଣ୍ଡକୁ ୧୯୭ ରନରେ ମାତ ଦେଲା ବିରାଟ ଆଣ୍ଡ କୋ । ଏହାସହ ଟେଷ୍ଟ  ତାଲିକାର ଶୀର୍ଷରେ ଭାରତ ପହଂଚିପାରିଛି । ବିଜୟ ପାଇଁ ନ୍ୟୁଜିଲାଣ୍ଡ ଆଗରେ ଟିମ୍ ଇଣ୍ଡିଆ ୪୩୪ ରନର ବିଶାଳ ଲକ୍ଷ୍ୟ ଦେଇଥିଲା । ତେବେ ଏହି ଟେଷ୍ଟ ଭାରତୀୟ ଦଳ ପାଇଁ ଯେତିକି ସ୍ମରଣୀୟ, ବୋଲର ଅଶ୍ୱିନଙ୍କ ପାଇଁ ମଧ୍ୟ ସେତିକି ସ୍ମରଣୀୟ ହୋଇଛି । ଅଶ୍ୱିନ ଏହି ମ୍ୟାଚରେ ନିଜର ୨୦୦ତମ ଉଇକେଟ ହାସଲ କରିଛନ୍ତି । ସେ ମାତ୍ର ୩୭ଟି ମ୍ୟାଚରୁ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କ୍ଲାରି ଗ୍ଲିମେଟ ୩୬ ମ୍ୟାଚରେ ୨୦୦ ଉଇକେଟ ହାତେଇଥିଲେ ।