ସିନିୟରଙ୍କ ପରେ କମାଲ କଲେ ଜୁନିୟର ! ଅଣ୍ଡର-୧୯ ଏସିଆ କପର ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ଫାଇନାଲରେ ଟିମ୍ ଇଣ୍ଡିଆ

23

ସିନିୟରଙ୍କ ପରେ ଜୁନିୟର କଲେ କମାଲ । ଗତ ୨୮ ତାରିଖ ଏସିଆ କପ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଭାରତ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ଟାଇଟଲ ହାତେଇଥିଲା । ଆଉ ଆଜି ପୁଣିଥରେ ଅଣ୍ଡର-୧୯ ଏସିଆ କପରେ ଭାରତୀୟ ଜୁନିୟର କ୍ରିକେଟ ଟିମ୍ ବାଂଲାଦେଶକୁ ୨ ରନର ରୋମାଞ୍ଚକର ମ୍ୟାଚରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛି । ଆଉ ହାଇଭୋଲଟେଜ ମୁକାବିଲାରେ ଭାରତୀୟ ବୋଲର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ବାଂଲାଦେଶ ହାତରୁ ମ୍ୟାଚ ଛଡାଇ ଆଣିବା ସହ ଫାଇନାଲକୁ ଏଣ୍ଟ୍ରି ମାରିଛି ଟିମ୍ ଇଣ୍ଡିଆର ଜୁନିୟର ଟିମ୍ ।

ଗୋଟିଏ ସମୟରେ ବାଂଲାଦେଶ ୪୮ଟି ବଲରେ ୧୨ ରନ ଆବଶ୍ୟକ କରୁଥିବା ବେଳେ ହାତରେ ଥିଲା ୩ଟି ୱିକେଟ । ନିଶ୍ଚିତ ବିଜୟ ଆଡକୁ ମୁହାଁଉଥିବା ବାଂଲାଦେଶ କିନ୍ତୁ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା । ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ବାଂଲାଦେଶ ୧୦ ରନରେ ବାକି ୩ଟି ୱିକେଟ ହରାଇଥିଲା । ଆଉ ବିଜୟଲକ୍ଷ୍ୟ ଠାରୁ ୨ ରନ ପଛରେ ରହି ଯାଇଥିଲା ବାଂଲାଦେଶ ଟିମ୍ । ଆଉ ଏହି ବିଜୟ ସହ ଫାଇନାଲକୁ ପ୍ରବେଶ କରିଥିଲା ଭାରତୀୟ ଜୁନିୟର ଟିମ୍ ।

ଏହାପୂର୍ବରୁୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୧୭୨ ରନରେ ଅଟକାଇଥିଲେ ବାଂଲାଦେଶ ବୋଲର । ତେବେ ୧୭୩ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମ୍ ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ସାମ୍ନାରେ ଆତ୍ମସର୍ମପଣ କରିବା ସହ ୧୭୦ ରନରେ ଅଲଆଉଟ ହୋଇଥିଲେ । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ସର୍ବାଧିକ ୩୭ ରନ କରିଥିବା ବେଳେ ବାଂଲାଦେଶ ପକ୍ଷରୁ ଶମୀନ ହୁସେନ ସର୍ବାଧିକ ୫୯ ରନ କରିଥିଲେ ।