ଜୁନିୟର ବିଶ୍ୱକପରେ ଭାରତର ଦମଦାର ଆରମ୍ଭ ! କଙ୍ଗାରୁ ଟିମକୁ ୧୦୦ ରନରେ ମାତ୍ ଦେଲା ଟିମ୍ ଇଣ୍ଡିଆ

18

ଜୁନିୟର ବିଶ୍ୱକପରେ ଭାରତ ଠାରୁ ମାତ ଖାଇଲା ଅଷ୍ଟ୍ରେଲିଆ । ୧୯ ବର୍ଷରୁ କମ ଆଇସିସିି ବିଶ୍ୱକପ କ୍ରିକେଟର ଭାରତ ନିଜର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୦୦ ରନରେ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଅଧିନାୟକ ପୃଥ୍ୱୀ ଶ୍ୱଙ୍କ ଦମଦାର ୯୪ ରନ ଓ ଓପନର ବ୍ୟାଟସମ୍ୟାନ ମନଜୋତ କାଲରାଙ୍କ ୮୬ ରନ ବଳରେ ୩୨୮ ରନ କରିଥିଲା । ଫଳରେ ଅଷ୍ଟ୍ରେିଲିଆ ପାଇଁ ୩୨୯ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରଖିଥିଲା ।

GettyImages-832749968୩୨୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା କଙ୍ଗାରୁଦଳ ଭାରତୀୟ ବୋଲରଙ୍କ ଆଗରେ ସମ୍ପୂର୍ଣ୍ଣ ଭାବେ ମୁଣ୍ଡ ନୁଆଁଇଥିଲେ । ମାତ୍ର ୪୨.୫ ଓଭରରେ ୨୨୮ ରନ କରି କଙ୍ଗାରୁ ଦଳ ଅଲଆଉଟ ହୋଇଥିଲା । ତେବେ ଅଷ୍ଟ୍ରେିଲିଆ ପକ୍ଷରୁ ଜ୍ୟାକ ଏଡୱାଡର୍ସ ୭୩ ରନର ଇନିଂସ ଲଢୁଆ ଇନିଂସ ଖେଳିଥିଲେ ସୁଦ୍ଧା ଏହା ଦଳର ବିଜୟରେ ସହାୟକ ହୋଇନଥିଲା । ଭାରତ ପକ୍ଷରୁ ଶିବମ ମାବି ଓ କମଲେସ ନାଗରକୋଟି ୩ଟି ଲେଖାଏଁ ୱିକେଟ ନେଇ ଅଷ୍ଟ୍ରେଲିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପକୁ ଭାଙ୍ଗି ଦେଇଥିଲେ ।

ଏହାପୂର୍ବରୁ ଟସ ଜିତି ବ୍ୟାଟିଂ ନେଇଥିବା ଭାରତ ପ୍ରଥମ ୱିକେଟରେ ୧୮୦ ରନର ପାର୍ଟନରସିପ ସହ ଦଳ ପାଇଁ ଏକ ଦୃଢ ମୂଳଦୂଆ ପକାଇଥିଲେ । ପରେ ଶୁଭମ ଗିଲଙ୍କ ୬୩ ରନ ଓ ଅଭିଷେକ ଶର୍ମାଙ୍କ ବିସ୍ପୋରକ ୮ ବଲରୁ ୨୩ ରନ ବଳରେ ଭାରତ ୩୦୦ ରନ ପାର କରିଥିଲା । ଅଷ୍ଟ୍ରେିଲିଆ ପକ୍ଷରୁ ଜ୍ୟାକ ଏଡୱାଡର୍ସ ୪ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ୯୪ ରନର ଇନିଂସ ଖେଳିିଥିବା ଭାରତୀୟ ଅଧିନାୟକ ପୃଥ୍ୱୀ ଶ୍ୱଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଛି ।