ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଲା ଭାରତ । ବିଏସଏଫ ଯବାନଙ୍କ ଆକ୍ରମଣରେ ୧୨ ପାକିସ୍ତାନ ରେଂଜର ନିହତ

26

କନକ ବ୍ୟୁରୋ : କଶ୍ମୀର ସାମ୍ବା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି ଭାରତ । ପାକିସ୍ତାନର ୩ଟି ପୋଷ୍ଟ ଉଡାଇ ଦେଇଛନ୍ତି ବିଏସଏଫ ଯବାନ । ଏଥିରେ ୧୨ ପାକିସ୍ତାନ ରେଂଜର ନିହତ ହୋଇଥିିବା ସୂଚନା ମିଳିଛି । ଗତକାଲି କଶ୍ମୀର ସାମ୍ବା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଯୋଗୁ ସହିଦ୍ ହୋଇଥିଲେ ବିଏସଏଫ୍ ହେଡ୍ କନଷ୍ଟେବଲ ଆରପି ହାଜରା । ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପଟୁ ଅତର୍କିତ ଗୁଳିଚାଳନା ହେବାରୁ ଯବାନ ଆରପି ହାଜରା ଗୁରୁତର ହୋଇପଡିଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ସେ ସହିଦ୍ ହୋଇଛନ୍ତି ।

୫୦ ବର୍ଷୀୟ ବିଏସଏଫ ହେଡ କନଷ୍ଟେବଲ ଆରପି ହାଜରାଙ୍କର ବୁଧବାର ଥିଲା ଜନ୍ମଦିନ । ଆଉ ଜନ୍ମଦିନରେ ହିଁ ପାକ୍ ସେନା ଗୁଳିମାଡରେ ସେ ସହିଦ୍ ହୋଇଛନ୍ତି । ସାମ୍ବା ଜିଲ୍ଲାର ରାଜାପୁରାରେ ଏହି ଆକ୍ରମଣ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ତେବେ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତୀୟ ସେନା ।