ସାଂଘାତିକ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ । ଏଥର ଆଉ ମିଳିବନି ତ୍ରାହି, ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଖୋଲା ଚେତାବନୀ

26

କନକ ବ୍ୟୁରୋ : ପାକିସ୍ତାନକୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଖୋଲା ଚେତାବନୀ । ଅସ୍ତ୍ରବିରତି ଉଲଂଘନର ମିଳିବ ଉଚିତ ଜବାବ । ଭୋଗିବାକୁ ପଡ଼ିବ ପରିଣାମ । ଗତକାଲି ଜମ୍ମୁ-କାଶ୍ମୀରରେ ପାକିସ୍ତାନର ବର୍ବରତା ଉପରେ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜନାଥ ସିଂହ । ଆଉ ଏପଟେ ପାକ୍ ସେନାର ସହାୟତାରେ ଆତଙ୍କବାଦ ଚଳାଇଥିବା ଆତଙ୍କରାଜକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ ଭାରତୀୟ ସେନା ଆରମ୍ଭ କରି ଦେଇଛି ପାଲଟା ଆକ୍ରମଣ ।

Indian BSF soldiers patrol near the fenced border with Pakistan in Suchetgarhଆତଙ୍କବାଦୀଙ୍କ ସହାୟତାରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନ ପୁଣି ଥରେ ଭାରତ-ପାକସ୍ତାନ ସୀମାକୁ ଅଶାନ୍ତ କରି ଦେଇଛି । ଅଚାନକ୍ ହେଉଛି ଗୁଳିମାଡ଼, ମୋଟାର ମାଡ଼ । ଆକ୍ରମଣର ଜବାବରେ ହେଉଛି ଆକ୍ରମଣ । ପାକିସ୍ତାନ ପଡୁ ହୋଇଥିବା ଆକ୍ରମଣରେ ଜଣେ ସେନା ଅଧିକାରୀଙ୍କ ସମେତ ୩ଜଣ ଯବାନ ସହିଦ ହେବା ପରେ ପାକିସ୍ତାନକୁ ପାନେ ଦେବା ପାଇଁ ଅଭିଯାନ ଆରମ୍ଭ କରିଛିି ଭାରତ । ଗୃହମନ୍ତ୍ରୀ ରାଜନାଥ ସିଂହ, ଆକ୍ରମଣର ଉଚିତ ଜବାବ୍ ଦିଆଯିବ ବୋଲି କହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି-ପାକିସ୍ତାନକୁ କ୍ଷମା ଦିଆଯିବ ନାହିଁ ।

ରବିବାର ପୁଂଜ ଏବଂ ରଜୋରୀ ସୀମାରେ ପାକିସ୍ତାନର ଏହି ବର୍ବରତା ଭାରତର ରକ୍ତକୁ ଗରମ କରିଦେଇଥିବା ବେଳେ ଅସ୍ତ୍ରବିରତି ଉଲଂଘନ ପାଇଁ ଉଚିତ ଶିକ୍ଷା ଦେବା ପାଇଁ ଲାଗି ପଡ଼ିଛି ଭାରତୀୟ ସେନା । ପାକ୍ର ବିଭିନ୍ନ ପୋଷ୍ଟକୁ ଧ୍ୱସ୍ତବିଧ୍ୱସ୍ତ କରିଛନ୍ତି ଭାରତୀୟ ଯବାନ ।କ୍ରମାଗତ ଭାବରେ ପାକିସ୍ତାନର ଏହି ଆକ୍ରମଣ ଯୋଗୁଁ ସୀମାରେ ଜୀବନଯାପନ ଏବେ ଉକ୍ରଟ ରୁପ ନେଇଛି । ଘରୁ ପଦାକୁ ଗୋଡ଼ ଗାଢ଼ିବା ଏବେ ମୁସ୍କିଲ ହୋଇଯାଇଛି । ୮୦ରୁ ଅଧିକ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଅନେକ ସ୍ଥାନରେ ସେନା ଶିବିରରେ ଆଶ୍ରୟ ନେଇଛନ୍ତି ସାଧାରଣ ଜନତା ।ଆଉ ଏପଟେ ମା-ମାଟି ପାଇଁ ଜୀବନ ବଳି ଦେଇଥିବା ବୀର ଯବାନ ମାନଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଦିଆଯାଉଛି ଶ୍ରଦ୍ଧାଞ୍ଜଳି ।