‘ଭାରତ ମାତା କି ଜୟ’ ଧ୍ୱନିରେ କମ୍ପିଲା ୠଷ : ଏକ ମ୍ୟାଚରେ ଭାରତ ଠାରୁ ପାକିସ୍ତାନ ହାରିବା ପରେ ୠଷୀୟ ସୈନିକ କଲେ ଭାରତର ଜୟଗାନ

44

ୠଷ ଭାରତର ପୁରୁଣା ଓ ବିଶ୍ୱସ୍ଥ ବନ୍ଧୁ ରହିଛି ଓ ଏହି ବନ୍ଧୁତ୍ୱର ଉଦାହରଣ ୠଷର ଚେବରକୁଲରେ ଦେଖିବାକୁ ମିଳିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକ ମୈତ୍ରୀ ମ୍ୟାଚରେ ଯେତେବେଳେ ଭାରତକୁ ବିଜୟ ମିଳିଲା, ସେହି ଖୁସିରେ ୠଷୀୟ ସୈନିକମାନେ ଭାରତ ପାଇଁ ବିଜୟ ନାରା ଲଗାଇଥିଲେ ।

ଏହାର ଏକ ଭିଡିଓ ମସ୍କୋରେ ଭାରତୀୟ ଦୂତାବାସ ଟ୍ୱିଟରରେ ପୋଷ୍ଟ କରିଛି । ଟ୍ୱିଟ୍ ରେ ଲେଖା ହୋଇଛି କି, ଖେଳ ପ୍ରତିଯୋଗିତା ସମୟରେ ଭାରତ ଓ ଋଷର ସୈନିକ ମଧ୍ୟରେ ହସଖୁସି ଦେଖିବାକୁ ମିଳିଲା । ପ୍ରତିଯୋଗିତା ସମୟରେ ଉଭୟ ପକ୍ଷ ଉଭୟଙ୍କ ପାଇଁ ଚିୟର କଲେ ।

ସାଂଘାଇ କର୍ପୋରେସନ୍ ଅର୍ଗାନାଇଜେସନ୍(ଏସସିଓ)ର ଶାନ୍ତି ମିଶନ ୨୦୧୮ ଅଧିନରେ ୠଷର ଚେବରକୁଲରେ ମୈତ୍ରୀ ମ୍ୟାଚ ଚାଲୁଥିଲା । ଏଥିରେ ଭାରତ, ୠଷ, ଚୀନ ଓ ପାକିସ୍ତାନ ସହିତ କେତେକ ଅନ୍ୟ ଦେଶ ଅଂଶ ଗ୍ରହଣ କରିଥିଲେ । ଏହି ସମୟରେ ଭାରତର ଏକ ମ୍ୟାଚ୍ ପାକିସ୍ତାନ ସହ ଓ ୠଷର ମ୍ୟାଚ୍ ଚୀନ ସହିତ ଥିଲା । ମ୍ୟାଚ୍ ସମୟରେ ଯେଉଁଠି ୠଷୀୟ ସୈନିକ ଭାରତର ବିଜୟ ପାଇଁ ଚିୟର କରୁଥିଲେ, ସେଇଠି ଭାରତୀୟ ସୈନିକ ୠଷର ବିଜୟ ପାଇଁ ନାରା ଲଗାଉଥିଲେ ।

ଭାରତ ଯେତେବେଳେ ପାକିସ୍ତାନକୁ ମ୍ୟାଚ୍ ରେ ହରାଇଲା ଜଣେ ୠଷୀୟ ସୈନିକ ‘ଭାରତ ମାତା କି ଜୟ’ ନାରା ଲଗାଉଥିବା ଦେଖିବାକୁ ମିଳିଲା । ଏହି ସଂଯୁକ୍ତ ଅଭ୍ୟାସ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏସସିଓରେ ୮ଟି ଦେଶ ସାମିଲ ଅଛନ୍ତି । ଏହି ସଂଯୁକ୍ତ ଅଭ୍ୟାସରେ ଭାରତର ୨୦୦ ସୈନିକ, ଚୀନର ୭୦୦ ସୈନିକ ଓ ୠଷ ର ୧୭୦୦ ସୈନିକ ସାମିଲ ହେଉଛନ୍ତି ।