ସୀମାରେ ଅପରାଧକୁ ରୋକିବା ପାଇଁ ଭାରତ-ଭୂଟାନ ବଢାଇବେ ସହଯୋଗର ହାତ ! ଦୁଇ ରାଷ୍ଟ୍ର ମଧ୍ୟରେ ହେବ ଆଲୋଚନା ।

21

କ୍ରାଇମବ୍ରାଞ୍ଚ ଅଫ୍ ଇଣ୍ଡିଆ (ସିବିଆଇ) ପକ୍ଷରୁ କୁହାଯାଇଛି ଯେ, ଭାରତ ଏବଂ ଭୁଟାନ ସୀମାରେ ଉଭୟ ପକ୍ଷରୁ ହେଉଥିବା ଆର୍ଥିକ ଏବଂ ପରମ୍ପରାଗତ ଅପରାଧକୁ ରୋକିବା ପାଇଁ ଏବଂ ପଳାତକମାନଙ୍କୁ ଧରିବା ପାଇଁ ଉଭୟ ରାଷ୍ଟ୍ର ମଧ୍ୟରେ ସହଯୋଗ ବଢୁଛି । ଭାରତ ଏବଂ ଭୂଟାନ ମଧ୍ୟରେ ପାଖାପାଖି ୬୯୯ କିଲୋମିଟର ଲମ୍ବା ସୀମା ରହିଛି । ଭୂଟାନର ଆଣ୍ଟି କରପସନ୍ କମିଶନ (ଏସିସି)ର ୬ଜଣ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳ ଜୁଲାଇ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସିବିଆଇ ସହ ଆଲୋଚନା ପାଇଁ ବାରତ ଆସିଛନ୍ତି । ଭୂଟାନର ଅଧ୍ୟକ୍ଷ ଆମ୍ କିନଲେ ୟଙ୍ଗଯୋନ୍ ଏହି ଆଲୋଚନାରେ ଅଧ୍ୟକ୍ଷତା କରୁଛନ୍ତି ।

ସିବିଆଇ କହିଛି ଯେ, ଏହି ଚୁକ୍ତି ଆର୍ଥିକ ଏବଂ ପରମ୍ପରାଗତ ଅପରାଧୀମାନଙ୍କ ସହ ଲଢିବା ଏବଂ କ୍ଷମତା ନିର୍ମାଣରେ ସାହାଯ୍ୟ କରିବ । ଭ୍ରଷ୍ଟାଚାର ଏବଂ ଅପରାଧ ଯାଞ୍ଚ ଓ ଅପରାଧିକ ସୂଚନା ପ୍ରବନ୍ଧନ ପ୍ରଣାଳୀର ବିଭିନ୍ନ ଉପାୟକୁ ବୁଝିବା ପାଇଁ ଭୁଟାନ ସହ ଏହି ଆଲୋଚନା ଅନେକତ୍ରରେ ସହାୟକ ହେବ ।