ପରିବାରରେ ଝଗଡା ହେବାପରେ ମହିଳାଙ୍କ ଅଭାବନୀୟ କାଣ୍ଡ । ୪ ଜଣ ଶିଶୁଙ୍କ ସହ ନିଜକୁ ଜିଅନ୍ତା ଜାଳିଦେଲେ ମହିଳା

34

ଦିନକୁ ଦିନ ମଣିଷ ହିଂସ୍ର ହେବାରେ ଲାଗୁଛି । ପରିବାର ମଧ୍ୟରେ ସାମନ୍ୟ ଘଟଣାରେ ମଣିଷ ବେଳେବେଳେ ଏପରି କାଣ୍ଡ କରୁଛି ଯାହାକି ଏକ ଜଘନ୍ୟ ଅପରାଧରେ ପରିଣତ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଏକ ଅଭାବନୀୟ ଘଟଣାକ୍ରମରେ ଉତ୍ତର ପ୍ରଦେଶରେ ଜଣେ ମହିଳା ନିଜ ୪ ଶିଶୁଙ୍କ ସହ ନିଜକୁ ଜାଳି ଦେଇଛନ୍ତି। ୟୁପିର ହମିରପୁର ଜିଲ୍ଲା ଅନ୍ତର୍ଗତ ଅମବାଗ ଗ୍ରାମରେ ଏହି ଘଟଣା ଘଟିଛି। ସ୍ବାମୀଙ୍କ ସହ ଝଗଡ଼ା ପରେ ମହିଳ ଜଣକ ନିଜର ୪ ଜଣ ପିଲାଙ୍କ ଗୋଡ଼ ବାନ୍ଧି ସେମାନଙ୍କ ଉପରେ କିରାସିନି ଢାଳି ଜିଅଁନ୍ତା ଜାଳି ଦେବା ସହ ନିଜକୁ ମଧ୍ୟ ଜାଳି ଦେଇଥିଲେ।

 

ଏଥିରେ ମହିଳାଙ୍କ ସମେତ ୩ ପିଲାଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଏବେ ଜୀବନ ସହ ସଂଘର୍ଷ କରୁଛି। ଏସପି ହେମରାଜ ମୀନାଙ୍କ କହିବାନୁଯାୟୀ ୨୮ ବର୍ଷୀୟା ପ୍ରେମବତୀଙ୍କର ତାଙ୍କ ସ୍ବାମୀଙ୍କ ସହ କୌଣସି କାରଣ ପାଇଁ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ନିଜର ୪ ସନ୍ତାନ ସପ୍ନା, ପ୍ରଶାନ୍ତ, ସ୍ନେହା ଏବଂ ଦିବ୍ୟାଂଶଙ୍କ ହାତ ଗୋଡ଼ ବାନ୍ଧି ସେମାନଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସମସ୍ତ ପିଲାଙ୍କ ବୟସ ୧ରୁ ୭ ବର୍ଷ ମଧ୍ୟରେ। ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୫ ବର୍ଷର ପ୍ରଶାନ୍ତ ଜୀବନ ସହ ସଂଘର୍ଷ କରୁଛି।