ବହୁପ୍ରତୀକ୍ଷିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ୍ ନ ଥିବା ଟ୍ରେନର ଆଜି ହେବ ଉଦଘାଟନ । ମୋଟ ୧୦୦ କୋଟି ଟଙ୍କା ରହିଛି ବ୍ୟୟ ଅଟକଳ

94

କନକ ବ୍ୟୁରୋ : ଅକ୍ଟୋବର ୨୯ ତାରିଖ ଦିନ ଭାରତୀୟ ରେଳବାଇ ଚଳାଇବାକୁ ଯାଉଛି ବହୁପ୍ରତୀକ୍ଷିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସେମି-ହାଇସ୍ପିଡ୍ ଟ୍ରେନ୍। ଇଣ୍ଟର୍-ସିଟି ଟ୍ରାଭେଲ୍ ନିମିତ୍ତ ଉଦ୍ଦିଷ୍ଟ ଏହି ଟ୍ରେନର କୋଡ୍ ନେମ୍ ହେଉଛି ‘ଟେନ୍-ଏଇଟିନ୍’। ଆଇସିଏପ୍ ଜେନେରାଲ୍ ମ୍ୟାନେଜର ଏସ୍. ମଣି କହିଛନ୍ତି: ଅକ୍ଟୋବର ୨୯ ତାରିଖ ଦିନ ଆମେ ଏହି ଟ୍ରେନ୍ ଉଦଘାଟନ କରିବାକୁ ଯୋଜନା କରିଛୁ। ଦୁଇ ମାସ ଧରି ଟ୍ରେନଟି ଦୁଇ/ ତିନିଟି ସେକ୍ଟରରେ ପରୀକ୍ଷାମୂଳକ ଭାବେ ଯାତାୟାତ କରିବ। ସନ୍ତୋଷଜନକ ଫଳାଫଳ ମିଳିଲେ ତାହା ପାସେଞ୍ଜର୍ ସେବାରେ ନିୟୋଜନ କରାଯିବ।

 

ସେଲ୍ଫ୍-ପ୍ରୋପେଲ୍ଡ୍ ଟ୍ରେନ୍ ‘ଟ୍ରେନ୍-ଏଇଟିନ୍’ (ଯେଉଁ ବର୍ଷ ତିଆରି ହୋଇଛି ସେହି ଅନୁସାରେ ନାମିତ) ଘଣ୍ଟାପ୍ରତି ୧୬୦ କି. ମି. ବେଗରେ ଯାତ୍ରା କରିବ। ଶେଷକୁ ଏହା ଭାରତୀୟ ରେଳବାଇ ନେଟଓ୍ଵାର୍କରୁ ଶତାବ୍ଦୀ ଏକ୍ସେପ୍ରେସ ସ୍ଥାନ ଗ୍ରହଣ କରିବ।‘ଟ୍ରେନ୍-ଏଇଟିନ୍’ ହେଉଛି ଶତପ୍ରତିଶତ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରକଳ୍ପ । ଏହା ଚେନ୍ନାଇର ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ତିଆରି କରାଯିବ। ୧୦୦ କୋଟି ଟଙ୍କା ମୂଲ୍ୟର ଏହି ଇଞ୍ଜିନସହିତ ଟ୍ରେନରେ ଲାଗିଛି ଷ୍ଟେନଲେସ ଷ୍ଟିଲ୍ କାର୍ ବଡି, ଯାହାର ବେସ୍ ଡିଜାଇନ୍ ହେଉଛି ଏଲଏଚବି।

 

ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନରେ ଚେୟାର୍-କାର୍ ଭଳି ବଗି ରହିବ। ସେଥିରୁ ଦୁଇଟି ହେଉଛି ଏକ୍ସଜ୍ୟୁକେଟିଭ ଚେୟାର୍ କାର୍ ଏବଂ ୧୪ଟି ନନ୍-ଏକ୍ସଜ୍ୟୁକେଟିଭ ଚେୟାର୍ କାର୍। ଏକ୍ସଜ୍ୟୁକେଟିଭ ଚେୟାର୍ କାରରେ ୫୬ ଜଣ ଯାତ୍ରୀ ଏବଂ ନନ୍-ଏକ୍ସଜ୍ୟୁକେଟିଭ ଚେୟାର୍ କାରରେ ୭୮ ଜଣ ଯାତ୍ରୀ ଯାଇ ପାରିବେ।