ତୈଲଦର ବୃଦ୍ଧି ପରେ ଏବେ ପୁଣି ଗ୍ୟାସ ଦର: ୫୯ ଟଙ୍କା ବଢିଲା ଅଣସବସିଡି ଏଲପିଜି ଦର

44

କନକ ବ୍ୟୁରୋ : ସରକାରୀ କମ୍ପାନିଗୁଡ଼ିକ ଏଲପିଜି ଦର ବୃଦ୍ଧି କରିଛନ୍ତି। ଅଣସବସିଡି ଏଲପିଜି ଦର ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସବସିଡି ଏଲପିଜି ଦର ୨ ଟଙ୍କା ୮୯ ପଇସା ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ସବସିଡି ଏଲପିଜି ଦର ସିଲିଣ୍ଡର ପିଛା ୫୦୨ ଟଙ୍କା ୪୦ ପଇସା ହୋଇଛି। ସେପ୍ଟେମ୍ବରରେ କମ୍ପାନିଗୁଡ଼ିକ ଏଲପିଜିରେ ସିଲିଣ୍ଡର ପିଛା ୩୨୦ ଟଙ୍କା ୪୯ ପଇସା ସବସିଡି ପ୍ରଦାନ କରୁଥିବା ବେଳେ ଅକ୍ଟୋବରରେ ଏହି ରାଶି ୩୭୬ ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇବ।

 

କେବଳ ଏଲପିଜି ଦର ନୁହେଁ, କମ୍ପାନିଗୁଡ଼ିକ ସିଏନଜି ଏବଂ ବିମାନ ଇନ୍ଧନ (ଏଟିଏଫ୍) ମୂଲ୍ୟ ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ଦିଲ୍ଲୀରେ ସିଏନଜି ଦର କିଲୋ ପିଛା ୧ ଟଙ୍କା ୭୦ ପଇସା ବୃଦ୍ଧି କରାଯାଇଛି। ସେହିଭଳି ବିମାନ ଇନ୍ଧନ ମୂଲ୍ୟ ଦିଲ୍ଲୀରେ କିଲୋଲିଟର ( ହଜାରେ ଲିଟର) ପିଛା ୨୬୫୦ ଟଙ୍କା ବୃଦ୍ଧି କରାଯାଇଛି।