ଗୁଜୁରାଟରେ ଥମିବାରେ ନା ନେଉ ନାହିଁ ସିଂହ ମଡକ । ଗିର ପାକରେ ପୁଣି ୨ ସିଂହଙ୍କ ମୃତ୍ୟୁ

45

କନକ ବ୍ୟୁରୋ : ଆମ୍ରେଲି ଜିଲ୍ଲାରେ କ୍ୟାନାଇନ୍ ଡିସ୍ଟେମ୍ପର୍ ଭାଇରସ୍ (ସିଡିଭି) ସଂକ୍ରମଣ ଏବଂ ଟିଙ୍କ ବାହିତ ବେବ ସିଓସିସିରେ ଆକ୍ରାନ୍ତ ହୋଇ ସୋମବାର ଦିନ ଆଉ ଦୁଇଟି ଗିର୍ ସିଂହଙ୍କର ମୃତ୍ୟୁ ଘଟିଛି। ଏଇ ରୋଗରେ ଆକ୍ରାନ୍ତ ହୋଇ ସମୁଦାୟ ୨୩ଟି ସିଂହଙ୍କର ମୃତ୍ୟୁ ହେଲାଣି। ମାତ୍ର ୨୦ ଦିନରେ ଏହି ରୋଗ ସଂକ୍ରମଣ ଯୋଗୁଁ ୨୬ଟି ସିଂହଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ଏଥିରେ ଆକ୍ରାନ୍ତ ଆହୁରି ୩ଟି ସିଂହ ବଞ୍ଚିବାକୁ ସଂଗ୍ରାମ ଚଳାଇଛନ୍ତି।

 

www.amarujala.com

ଗିର୍ ସିଂହଙ୍କ ଠାରେ ସିଡିଭି ରହିଥିବା କଥା ସେପ୍ଟେମ୍ବର ୨୦୧୧ ମସିହାରୁ ଗୁଜୁରାଟ ବନ ବିଭାଗକୁ କୁହାଯାଇଛି ବୋଲି ସିଂହ ମଡ଼କ ପଡ଼ିଲାରୁ ଜଣାପଡ଼ିଛି। ବାଙ୍ଗାଲୋରସ୍ଥିତ ‘ସେଣ୍ଟର୍ ଫର୍ ଆନିମଲ୍ ରିସର୍ଚ ଆଣ୍ଡ୍ ଡାଇଗ୍ନୋସିସ୍’ ଏବଂ ଉତ୍ତରାଖଣ୍ଡର ଇଣ୍ଡିଆନ୍ ଭେଟେରିନାରି ରିସର୍ଚ ଇନଷ୍ଟିଚ୍ୟୁଟ ୨୦୦୭ ମସିହାରେ ସିଂହ ମଢ଼ରୁ ଟିସ୍ୟୁ ବିଶ୍ଳେଷଣ କରି ଜାଣି ପାରିଥିଲେ ଯେ ସେଥିରେ ତୀବ୍ର ସଂକ୍ରାମକ କୀଟାଣୁ ଡେସ୍ ପେଟିଟ୍ସ୍ ରୁମିନାଣ୍ଟ୍ସ୍ ଭାଇରସ୍ ରହିଛି।